Categories: ଖେଳ

କେବଳ ଧୋନୀ ନୁହନ୍ତି, ଏବି ଡି ଭିଲିୟର୍ସ ମଧ୍ୟ କୋହଲିଙ୍କ ପ୍ରକୃତ ବନ୍ଧୁ…

ନୂଆଦିଲ୍ଲୀ,୨୫।୨: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଏବି ଡି ଭିଲିୟର୍ସଙ୍କ ମଧ୍ୟରେ ବନ୍ଧୁତ୍ୱର କାହାଣୀ ସମସ୍ତ କ୍ରିକେଟ ପ୍ରଶଂସକ ଜାଣନ୍ତି। କେବଳ ଆର୍‌ସିବିରେ ଥିବା ବେଳେ ନୁହେଁ ବରଂ ଏହା ପରେ ମଧ୍ୟ ଉଭୟ ପରସ୍ପର ସହ ବନ୍ଧୁତା ରଖି ଆସିଛନ୍ତି। ନିକଟରେ ଦୁହିଁଙ୍କ ବନ୍ଧୁତ୍ୱର ଏକ ସ୍ମୃତିକୁ କୋହଲି ନିକଟରେ ଆର୍‌ସିବି ପୋଷ୍ଟକାଷ୍ଟରେ ବଖାଣିଛନ୍ତି।

ଏକଦା ଡି ଭିଲିୟର୍ସ ତାଙ୍କୁ ଫୋନ ଯୋଗେ କିଭଳି ସାହାଯ୍ୟ କରିଥିଲେ ସେ ବିଷୟରେ କୋହଲି କହିଛନ୍ତି, ‘ଯେତେବେଳେ ମୁଁ ୨୦୧୮ରେ ଇଂଲଣ୍ଡ ଗସ୍ତ ପୂର୍ବରୁ କାଉଣ୍ଟିଂ କ୍ରିକଟେ ଖେଳିପାରି ନ ଥିଲି, ଟିକିଏ ବିବ୍ରତ ହୋଇଯାଇଥିଲି। ସେତେବେଳେ ମୁଁ ଡି ଭିଲିୟର୍ସଙ୍କ ସହ କଥା ହୋଇଥିଲି। ସେ ମୋତେ କହିଥିଲେ ଏହା ୨୦୧୪ ନୁହେଁ। ତୁମେ ସେହି ସମାନ ଖେଳାଳୀ ନୁହଁ। ଏହାଶୁଣି ମୁଁ ବହୁତ ହାଲକା ଅନୁଭବ କରିଥିଲି ବୋଲି କୋହଲି କହିଛନ୍ତି। ଏହାଛଡ଼ା ଯେତେବେଳେ ବି କୌଣସି ପ୍ରସଙ୍ଗରେ ପରାମର୍ଶର ଆବଶ୍ୟକତା ପଡ଼ିଥାଏ, ସେତେବେଳେ ଡି ଭିଲିୟର୍ସଙ୍କ ସହ କଥା ହୋଇଥାନ୍ତି ବୋଲି କୋହଲି କହିଛନ୍ତି।

Share