ଅନୁଷ୍କାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଶେୟାର କଲେ କୋହଲି: ମାତ୍ର ଘଣ୍ଟାଏରେ ୨୩ ଲକ୍ଷ ୟୁଜର୍ସ କଲେ ପସନ୍ଦ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକା ଦୁଇ ମାସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନୁଷ୍କା ତାଙ୍କ ଇନଷ୍ଟା ଷ୍ଟାଟସ୍‌ରେ ଏକ କେକ୍‌ରେ ଲାଗିଥିବା ୨ଟି ମହମବତୀ ଫଟୋ ଶେୟାର କରିଥିଲେ। ପରେ ବିରାଟ ଅନୁଷ୍କାଙ୍କ ସହ ଏକ ଫଟୋ ଶେୟାର କରିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋରେ ବିରାଟ ଅନୁଷ୍କାଙ୍କୁ ଚୁମ୍ବନ ଦେଉଥିବା ଦେଖାଯାଇଛି। ଏକ ଘଣ୍ଟା ମଧ୍ୟରେ ଇନଷ୍ଟାଗ୍ରାମରେ ବିରାଟଙ୍କ ଦ୍ୱାରା ଶେୟାର ହୋଇଥିବା ଏହି ଫଟୋକୁ ୨୩ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ବିରାଟ ଏବଂ ଅନୁଷ୍କା ଶର୍ମାଙ୍କ ଫଟୋକୁ ୟୁଜର୍ସ ପ୍ରଶଂସା କରୁଛନ୍ତି। ଗତ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିରାଟ କୋହଲି ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ଫଟୋ ଶେୟାର କରି ସ୍ତ୍ରୀଙ୍କୁ ଜଣେ ଶକ୍ତିଶାଳୀ ମହିଳା ବୋଲି ବର୍ଣ୍ଣନା କରିଥିଲେ। ବିରୁଷ୍କା ଜାନୁୟାରୀ ୧୧ରେ କନ୍ୟା ସନ୍ତାନର ମାତାପିତା ହୋଇଥିଲେ।