Categories: ଖେଳ

ମ୍ୟାଚ୍‌ ପୂର୍ବରୁ କୋହଲି କହିଲେ ‘କ’ଣ ହେବ ଯଦି ମୁଁ…’

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚ୍‌ ପୂର୍ବରୁ ସ୍ବତନ୍ତ୍ର ପୋଷ୍ଟକୁ ନେଇ ଚର୍ଚ୍ଚାରେ ବିରାଟ କୋହଲି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ନିଜର ଫଟୋ ଶେୟାର କରି ସେ ଲେଖିଛନ୍ତି, ମୁଁ ଯଦି ପଡ଼ିଗଲି କ’ଣ ହେବ? ଓଃ, ଯଦି ପ୍ରିୟ ତୁମେ ଉଡିଗଲେ କ’ଣ ହେବ? ଏଥିସହ ସେ କ୍ୟାପ୍‌ଶନରେ ଦୃଷ୍ଟିକୋଣ ବୋଲି ସେ ଲେଖିଛନ୍ତି।

କହିରଖୁଛୁ, ଗତ କିଛି ବର୍ଷ ଧରି କୋହଲିଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି। ତାଙ୍କ ବ୍ୟାଟ୍‌ରୁ ଶତକ ତ ଦୂରର କଥା ଭଲ ରନ୍‌ ବାହାରୁ ନାହିଁ। ଏଥିଲାଗି ତାଙ୍କୁ ଦଳରୁ ବାହାର କରିଦେବାକୁ ଦାବି ହେଉଛି। ସେହିଭଳି କିଛି ମହାନ ଖେଳାଳି ସେ ଫର୍ମକୁ ଫେରିବେ ବୋଲି ଆଶା ରଖିଥିବା କହି ଆସୁଛନ୍ତି। ଏବେ କୋହଲିଙ୍କ ପୋଷ୍ଟ ତାଙ୍କ ମନୋବଳକୁ ଦର୍ଶାଉଥିବା କୁହାଯାଉଛି।

Share