Categories: ଖେଳ

‘ଏସିଆ କପ୍‌ରେ ରୋହିତଙ୍କ ସହ ଓପନିଂ କରନ୍ତୁ କୋହଲି’

ନୂଆଦିଲ୍ଲୀ,୧୨।୮: ଆଗାମୀ ଏସିଆ କପ୍‌ରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଉପନିଂ କରିବା ଉଚିତ। କାରଣ ଯେତେବେଳେ ଜଣେ ଓପନିଂ କରେ ସ୍କୋର ୦/୦ ଥାଏ। ତୃତୀୟ ସ୍ଥାନରେ ବ୍ୟାଟିଂ କଲେ ମ୍ୟାଚ୍‌ର ସ୍ଥିତି ଅନୁଯାୟୀ ଜଣଙ୍କୁ ଖେଳିବାକୁ ପଡେ। କୋହଲିଙ୍କ ସହ ଏଭଳି ହେଉଛି। ସେ ଯେକୌଣସି ସ୍ଥାନରେ ଖେଳିପାରିବେ। କାରଣ ଏବେ ବି ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୭୦ ପାଖାପାଖି ରହୁଛି ବୋଲି କହିଛନ୍ତି ଭାରତର ପୂର୍ବତନ ଉଇକେଟକିପର ପାର୍ଥିବ ପଟେଲ।

କ୍ରିକ୍‌ବଜର ୟୁଟ୍ୟୁବ୍‌ ଚ୍ୟାନେଲରେ ପଟେଲ କହିଛନ୍ତି, କୋହଲି ଆଇପିଏଲ୍‌ରେ ରୟାଲ ଚ୍ୟୋଲଞ୍ଜର୍ସ ବାଙ୍ଗାଲୋର ପାଇଁ ଓପନିଂ କରି ବହୁତ ରନ୍‌ କରିଛନ୍ତି। ସମସ୍ତେ ତାଙ୍କୁ ତାଙ୍କ ଷ୍ଟାଇଲ୍‌ରେ ଖେଳିବାକୁ ଦେଖିବାକୁ ଚାହାନ୍ତି। ହେଲେ ତାଙ୍କୁ କିଛି ପ୍ରମାଣ କରିବା ଆବଶ୍ୟକତା ନାହିଁ। ଆଇପିଏଲ୍‌ର ଭିନ୍ନ ଭିନ୍ନ ସଂସ୍କରଣରେ ତାଙ୍କର ରନ୍‌ ଏବଂ ଲମ୍ବା ଇନିଂସ ଦେଖିବାକୁ ମିଳିଛି। ବଡ କଥା ଯେ ସେ ସର୍ବଦା ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିବାକୁ ଚାହାନ୍ତି।

Share