ଝିଅ ହେବା ପରେ ଏମିତି ବଦଳିଯାଇଛନ୍ତି ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। କୋହଲି ଏବେ ଆଇପିଏଲ୍‌ ଖେଳୁଥିବାବେଳେ ଅନୁଷ୍କା ଏବଂ ଝିଅ ଭାମିକା ତାଙ୍କୁ ଚିୟର କରିବା ପାଇଁ ଦଳ ସହ ଅଛନ୍ତି। ଜାନୁୟାରୀରେ ମାତାପିତା ହେବା ପରେ ଆମ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଛି ବୋଲି ବିରାଟ ଏକ ସାକ୍ଷାତକାରରେ କହିଛନ୍ତି। କୋହଲି କହିଛନ୍ତି ଯେ ଜିନିଷ ବହୁତ ଶୀଘ୍ର ବଦଳି ଯାଇଛି। ଆମ ବ୍ୟବହାର, ଚାଲିଚଳନ ସବୁକିଛି ବଦଳି ଯାଇଛି, ଦୁହେଁ ପୂର୍ବରୁ ଏଭଳି ଅନୁଭବ କରି ନ ଥିଲୁ ବୋଲି ସେ କହିଛନ୍ତି। ବିରାଟ କୋହଲି କହିଛନ୍ତି ଯେ ଆପଣଙ୍କୁ ଝିଅ ସନ୍ତାନର ଯତ୍ନ ସହ ଜଡିତ ସବୁକିଛି ଦେଖିବାକୁ ପଡିବ। ଭାମିକାଙ୍କ ଜୀବନ ଆମ ଉପରେ ନିର୍ଭର କରେ। ତେଣୁ ତାକୁ ସଠିକ୍‌ ଲାଳନପାଳନ କରିବା ଆମ ଦାୟିତ୍ୱ ବୋଲି ସେ କହିଛନ୍ତି। ଭାମିକାଙ୍କ ହସ ଦେଖିବା ଏକ ଜୀବନ ପରିବର୍ତ୍ତନକାରୀ ଅନୁଭୂତି, ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ ସେ କହିଛନ୍ତି। ବିରାଟ କୋହଲି ଏବେ ଆଇପିଏଲ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ଅଛନ୍ତି। ଆରସିବି ପ୍ରଥମ ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ପ୍ରଥମ ମ୍ୟାଚ୍‌ରେ ଆରସିବି ମୁମ୍ବାଇ ଇଣ୍ଡିଆନ୍ସକୁ ଦୁଇଟି ଉଇକେଟରେ ପରାସ୍ତ କରି ପରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି।