Posted inଖେଳ

ଅଚାନକ ଅଧିନାୟକ ହୋଇଗଲେ ବିରାଟ କୋହଲି: ମ୍ୟାଚ୍‌ ମଝିରେ ନିଆଗଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ସିଡନୀ,୪।୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଉଛି। ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନ ଦେଖାଯାଇଛି। ମ୍ୟାଚର ସବୁଠାରୁ ବଡ ପରିବର୍ତ୍ତନ ଅଧିନାୟକ ରୋହିତ ଶର୍ମାଙ୍କ ରୂପରେ ଦେଖିବାକୁ ମିଳିଥିଲା। ରୋହିତ ସିଡନୀ ଟେଷ୍ଟରୁ ଓହରି ଯାଇଥିଲେ। ବର୍ତ୍ତମାନ ହଠାତ୍‌ ମ୍ୟାଚ ଭିତରେ ବିରାଟ କୋହଲିଙ୍କୁ ଅଧିନାୟକ କରାଯାଇଥିଲା।
ରୋହିତ ଶର୍ମାଙ୍କ ସ୍ଥାନରେ ଉପ-ଅଧିନାୟକ ଜସପ୍ରୀତ ବୁମ୍‌ରାଙ୍କୁ ସିଡନୀ ଟେଷ୍ଟରେ ଭାରତର ଦାୟିତ୍ୱ ଦିଆଯାଇଥିଲା। ମ୍ୟାଚର ଦ୍ୱିତୀୟ ଦିନରେ ଜସପ୍ରୀତ ବୁମ୍‌ରା ହଠାତ୍‌ ପଡ଼ିଆରୁ ବାହାରକୁ ଯାଇଥିଲେ। ବୁମରାଙ୍କ ପରେ ବିରାଟ କୋହଲି ଅଧିନାୟକ ଭାବରେ ପଡ଼ିଆରେ ଉପସ୍ଥିତ ଅଛନ୍ତି। ଏହିପରି ଭାବରେ ରୋହିତ ଶର୍ମାଙ୍କ ଡ୍ରପ ପରେ କୋହଲିଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରାଯାଇଛି
କମେଣ୍ଟ୍ରି କରୁଥିବା ରବି ଶାସ୍ତ୍ରୀ କହିଛନ୍ତି, ବୁମ୍‌ରାଙ୍କୁ ସ୍କାନ ପାଇଁ ପଡ଼ିଆ ବାହାରେ ନିଆଯାଇଥାଇପାରେ। ବୁମରା ପ୍ରଥମେ ପଡ଼ିଆରୁ ବାହାରକୁ ଯାଇଥିଲେ ଏବଂ ପ୍ରାୟ ଅଧ ଘଣ୍ଟା ପରେ ତାଙ୍କୁ ଡାକ୍ତରୀ ଦଳ ସହିତ ଷ୍ଟାଡିୟମ ଛାଡିଥିବାର ନଜର ଆସିଥିଲେ। ମେଡିକାଲ ଟିମ ଏବଂ ସପୋର୍ଟ ଷ୍ଟାଫଙ୍କ ସହ ବୁମରା କାରରେ ବାହାରକୁ ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ବାଇବାଲିର ପଞ୍ଚାନନ ନାଇକଙ୍କୁ ଏକ ହତ୍ୟା ଧମକ ମାମଲାରେ ଗିରଫ କରିଛନ୍ତି। ଏଥିସହ ତାଙ୍କଠାରୁ ପୋଲିସ...

ମୁର୍ଶିଦାବାଦ ହିଂସା ପାଇଁ ମୋଦି, ଯୋଗୀ, ଶାହା ଦାୟୀ: ଟିଏମସି ବିଧାୟକ

ଚେନ୍ନାଇ,୧୩।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ନୂତନ ୱାକଫ ଆଇନ ବିରୋଧରେ ବଡ଼ ଧରଣର ହିଂସା ଘଟିଛି। ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲା ବେଳେ ଅନେକ ଆହତ...

ଜଣାପଡ଼ିଲା କେଉଁ ଫୋନ ବ୍ୟବହାର କରୁଛନ୍ତି ବିରାଟ କୋହଲି, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ,୧୩।୪: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଖେଳାଳି ବିରାଟ କୋହଲି କେବଳ ତାଙ୍କର ଚମତ୍କାର ଖେଳ ପାଇଁ ନୁହେଁ ବରଂ ତାଙ୍କର ଜୀବନଶୈଳୀ ଏବଂ ଗ୍ୟାଜେଟ...

୮ଟି ଶ୍ରେଣୀକୁ ୫ କୋଠରି, ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

କେସିଙ୍ଗା,୧୩ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଶିକ୍ଷାଦାନ କ୍ଷେତ୍ରରେ ବହୁ ଅବହେଳା ହେଉଛି। ଇତିମଧ୍ୟରେ ଗଣଶିକ୍ଷା ଓ ବିଦ୍ୟାଳୟ ମନ୍ତ୍ରୀ କେସିଙ୍ଗା ପରିଦର୍ଶନ ଆସି...

ଶ୍ରମିକଙ୍କୁ ଲେବର କାର୍ଡ ବଣ୍ଟନ କଲେ ବିଧାୟକ, ଏଣିକି ମିଳିବ ଏସବୁ ସୁବିଧା

କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନରୁ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ପଞ୍ଚାୟତର ବ୍ୟକ୍ତି ସେମାନେ ଲେବର କାର୍ଡ ପାଇବାରୁ ବଞ୍ଚିତ ହୋଇଥିଲେ। ଯାହା ଫଳରେ...

NIA କଷ୍ଟଡିରେ କେମିତି କଟୁଛି ରାଣାଙ୍କ ଦିନ? କରୁଛନ୍ତି ମାତ୍ର ୩ଟି ଜିନିଷ ଡିମାଣ୍ଡ

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ ଜାତୀୟ ତଦନ୍ତ ସଂସ୍ଥା (NIA) ର ହେପାଜତରେ ତହଉର ରାଣା କିପରି ଦିନ ବିତାଉଛନ୍ତି, ଏହା ଏପରି ଏକ ପ୍ରଶ୍ନ ଯାହା ଉପରେ...

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ମୃତ

ଅମରାବତି,୧୩।୪: ଆନ୍ଧ୍ରପ୍ରଦେଶର ଆନାକାପାଲି ଜିଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଲୋକମାନେ ଏହାକୁ ଅନେକ କିଲୋମିଟର...

‘ରିୟଲ ଟାଇମ ଆକ୍ସନ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି ମମତା’, କାହିଁକି ଏମିତି କହିଲେ ଅନିଲ

କୋଲକାତା,୧୩।୪: ପଶ୍ଚିମବଙ୍ଗରେ ୱକଫ ଆଇନ ବିରୋଧରେ ହେଉଥିବା ପ୍ରତିବାଦ ଉପରେ ପ୍ରତିକ୍ରିୟା ଦେଇ ହରିୟାଣା କ୍ୟାବିନେଟ ମନ୍ତ୍ରୀ ଅନିଲ ବିଜ ଏଥିପାଇଁ ସେଠାକାର ସରକାରଙ୍କ ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image