Categories: ଖେଳ

ଏହି କଥାରେ ହଠାତ୍‌ ରାଗିଯାଆନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଠ ସହ ପ୍ରଥମ ଟେଷ୍ଟ ଖେଳୁଛନ୍ତି। ତାଙ୍କ ସହ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକା ମଧ୍ୟ ଲଣ୍ଡନରେ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା ପ୍ରଶଂସକମାନଙ୍କୁ ନିଜ ବିଷୟରେ ଅନେକ ମଜାଦାର କଥା କହିଥିଲେ। ଏହି ସାକ୍ଷାତକାରରେ ପସନ୍ଦର ଖାଦ୍ୟ ପ୍ରଶ୍ନରେ ଅନୁଷ୍କା ଶର୍ମା କହିଛନ୍ତି ଯେ ସେ ୨୦୧୫ ଆରମ୍ଭରୁ ଶାକାହାରୀ ରହିଆସିଛନ୍ତି। ଏହା ତାଙ୍କ ଜୀବନର ସର୍ବୋତ୍ତମ ନିଷ୍ପତ୍ତି ଅଟେ। ସେ ପାହାଡୀ ଖାଦ୍ୟକୁ ପସନ୍ଦ କରନ୍ତି। ବିରାଟଙ୍କୁ ଅଧିକ କଷ୍ଟ ହେଉଥିବା କଥା ଉପରେ ଅନୁଷ୍କା କହିଥିଲେ ଯେ, ବିରାଟ ଯେତେବେଳେ କାହାଠାରୁ କୌଣସି ବୋର୍ଡ ଗେମ୍‌ରେ ହାରିଯାନ୍ତି ସେତେବେଳେ ବିରକ୍ତ ହୋଇ ହଠାତ୍‌ ରାଗିଯାନ୍ତି। ବିରାଟଙ୍କୁ ସାହାଯ୍ୟ କରିବାକୁ ନେଇ ଅନୁଷ୍କା ଶର୍ମା କହିଛନ୍ତି ଯେ ହଁ, ଟାଇଟ୍‌ ବୋତଲ ଖୋଲିବା ଏବଂ ଭାରି ଚେୟାର ଉଠାଇବାରେ ସାହାଯ୍ୟ କରେ।

Share