Categories: ଖେଳ

ଇତିହାସ ରଚିଲେ ବିରାଟ କୋହଲି! ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଏହି ବଡ଼ ରେକର୍ଡ

ପୁଣେ, ୧୯।୧୦: ଭାରତୀୟ କ୍ରିକେଟର ମାଇଲଷ୍ଟୋନ ମ୍ୟାନ୍‌ ବିରାଟ କୋହଲି। ଗୁରୁବାର ସେ ନିଜ ନାମରେ ଆଉ ଏକ ରେକର୍ଡ କରିଛନ୍ତି। ଏହା ସହ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି କୋହଲି। ଦ୍ରୁତତମ ଖେଳାଳି ଭାବରେ ଇଣ୍ଟରନ୍ୟାଶନାଲ କ୍ରିକେଟରେ ୨୬ ହଜାର ରନ୍‌ ପୂରଣ କରିଛନ୍ତି କୋହଲି।

ପୁଣେରେ ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଅପରାଜିତ ୧୦୩ ରନ୍‌ର ଇନିଂସ ଖେଳି କୋହଲି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ସଚିନ୍‌ ତେନ୍ଦୁଲକର ୬୦୦ ତମ ଅନ୍ତର୍ଜାତୀୟ ଇନିଂସରେ ୨୬ ହଜାର ରନ୍‌ ସ୍କୋର କରିଥିବା ବେଳେ କୋହଲି ୫୬୭ ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ଏହା ସହ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ସଂଗ୍ରହକାରୀ ଖେଳାଳିଙ୍କ ମଧ୍ୟରେ କୋହଲି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ୫୬୭ ତମ ଇନିଂସରୁ ସେ ୨୬ ହଜାର୨୩ ରନ୍‌ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି। ସଚିନ୍‌ ତେନ୍ଦୁଲକର ୩୪ ହଜାର ୩୫୭ ରନ୍‌ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି।

Share