Categories: ଖେଳ

୬.୫ ବର୍ଷ ପରେ ଅନ୍ତର୍ଜାତୀୟ ଟି-୨୦ରେ ବୋଲିଂ କଲେ କୋହଲି: ଦେଲେ ଏତିକି ରନ୍‌

ଦୁବାଇ,୧।୯: କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲି ଅନେକ ରେକର୍ଡ ହାସଲ କରିଛନ୍ତି। ୩ ଫର୍ମାଟରେ ବିରାଟ ହାରାହାରି ୫୦ ପାଖାପାଖି ସ୍କୋର କରିଛନ୍ତି। କିନ୍ତୁ ଅନେକ ଥର ତାଙ୍କୁ ବୋଲିଂ ମଧ୍ୟ କରୁଥିବା ଦେଖିବାକୁ ମିଳେ। ସାଢେ ୬ ବର୍ଷ ବ୍ୟବଧାନ ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସେ ବୋଲିଂ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏସିଆ କପ୍‌ ୨୦୨୨ରେ ହଂକଂ ବିପକ୍ଷ ମ୍ୟାଚ ସମୟରେ ଏପରି ଏକ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା।
୩୩ ବର୍ଷୀୟ କୋହଲି ଏହି ମ୍ୟାଚ୍‌ରେ ପ୍ରଥମେ ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ହଂକଂ ବିପକ୍ଷ ଇନିଂସର ୧୭ତମ ଓଭର ବୋଲିଂ କରିବାକୁ ଆସିଥିଲେ। ସେ ସେହି ଓଭରରେ ୬ ରନ ଦେଇଥିଲେ ମଧ୍ୟ ଗୋଟିଏ ଉଇକେଟ ପାଇ ନ ଥିଲେ।
ସୂଚନାଯୋଗ୍ୟ, ମୁମ୍ବାଇରେ ୱେଷ୍ଟଇଣ୍ଡିଜ ବିପକ୍ଷ ୨୦୧୬ ଟି-୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ ସମୟରେ ବିରାଟ କୋହଲି ଶେଷ ଥର ବୋଲିଂ କରିଥିଲେ। ଏପର୍ଯ୍ୟନ୍ତ କୋହଲି ୧୦୧ ଟି-୨୦ ମ୍ୟାଚ ଖେଳି ବିରାଟ ୧୨ ଥର ବୋଲିଂ କରି ୪ଟି ଉଇକେଟ ନେଇଛନ୍ତି।

Share