ଅନୁଷ୍କାଙ୍କ ଡେଲିଭରୀ ଡେଟ୍‌ ଜଣାଇଲେ ବିରାଟ!

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ ଶେୟାର ମଧ୍ୟ କରୁଛନ୍ତି। ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ବିରାଟଙ୍କୁ ଚିୟର କରିବା ପାଇଁ ଅନୁଷ୍କା ଏବେ ୟୁଏଇରେ ଅଛନ୍ତି। ସେ ବିରାଟ ଖେଳୁଥିବା ମ୍ୟାଚ୍‌ ବେଳେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହୁଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ଅନୁଷ୍କାଙ୍କୁ ଦେଖିବାକୁ ମିଳିଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଅନୁଷ୍କା ଶର୍ମାଙ୍କ ବେବି ବମ୍ପ ମଧ୍ୟ ଦେଖିବାକୁ ମିଳିଛି। ବିରାଟ ଅନୁଷ୍କାଙ୍କ ଡେଲିଭରୀ ଡେଟ୍‌ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନି ରବିବାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିରାଟ ଏବଂ ଅନୁଷ୍କାଙ୍କ ଏକ ଫଟୋ ଶେୟାର କରିଛନ୍ତି। ଫଟୋ କ୍ୟାପସନରେ ସେ ଲେଖିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୟୁଟ୍ୟୁବ ଚ୍ୟାନେଲ ସହ ସାକ୍ଷାତକାରରେ ବିରାଟ କହିଛନ୍ତି ଯେ ସେ ଆଶା କରୁଛନ୍ତି ସେମାନଙ୍କର ସନ୍ତାନ ନଭେମ୍ବର ୧୦ରେ ଜନ୍ମ ହେବ। ଅବଶ୍ୟ ୨ ମିନିଟ ପରେ, ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରୁ ହଟାଇଦିଆଯାଇଥିଲା। ଏହି ପୋଷ୍ଟ ଇନଷ୍ଟାଗ୍ରାମରେ ଶେୟାର ହେବା ମାତ୍ରେ ଏହାକୁ ମାତ୍ର ୨ ମିନିଟ ମଧ୍ୟରେ ୧୬୨୭ଥର ଲାଇକ୍‌ କରାଯାଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ବିରାଟ କୋହଲି ଆଗାମୀ ବର୍ଷ ଜାନୁଆରୀରେ ସେ ପିତା ହେବେ ବୋଲି ଘୋଷଣା କରିଥିଲେ।