ରାଜ୍‌ ଖୋଲିଲେ ବିରାଟ : କାହିଁକି ଦେଖାଉ ନାହାନ୍ତି ଝିଅର ମୁହଁ

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଯାହାର ଗୋଟିଏ ପରେ ଗୋଟିଏ ଉତ୍ତର ବିରାଟ ଦେଇଥିଲେ। ଅନେକ ୟୁଜର୍ସ ତାଙ୍କୁ ଝିଅ ଭାମିକା ସମ୍ବନ୍ଧୀୟ ପ୍ରଶ୍ନ ମଧ୍ୟ ପଚାରିଥିଲେ।ପ୍ରଶଂସକମାନେ ଜାଣିବାକୁ ଚାହିଁଥିଲେ ଯେ, ବିରାଟ-ଅନୁଷ୍କା ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନଙ୍କୁ ଭାମିକାଙ୍କ ଚେହେରା କାହିଁକି ଦେଖାଇ ନାହାଁନ୍ତି। ଏହା ବ୍ୟତୀତ ପ୍ରଶଂସକମାନେ ଭାମିକାଙ୍କ ନାମର ଅର୍ଥ ମଧ୍ୟ ପଚାରିଥିଲେ।
ଏହା ପଛର କାରଣ ବର୍ଣ୍ଣନା କରି ବିରାଟ କହିଛନ୍ତି, ‘ଦମ୍ପତି ଭାବରେ ଆମେ ଆମେ ସେହି ପର୍ଯ୍ୟନ୍ତ ସୋସିଆଲ ମିଡିଆରୁ ଝିଅକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛୁ ଯେ ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆକୁ ବୁଝିବାକୁ ସକ୍ଷମ ହୋଇନି। ଏବଂ ଯେ ପର୍ଯ୍ୟନ୍ତ ସେ ଏହାକୁ ନିଜେ ପସନ୍ଦ କରିବାକୁ ସମର୍ଥ ହୋଇ ନାହିଁ। ଝିଇର ନାମର ଅର୍ଥ ବ୍ୟାଖ୍ୟା କରି ବିରାଟ ଏହା ମଧ୍ୟ କହିଛନ୍ତି, ଭାମିକା ଦୁର୍ଗାଙ୍କର ଦ୍ୱିତୀୟ ନାମ।

Share