କ୍ରିକେଟରେ ହାରିଥିବା ଦଳର ଖେଳାଳିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଆଯିବା ଖୁବ୍ କମ୍ ଦେଖିବାକୁ ମିଳିଥାଏ। ଠିକ୍ ଏମିତି କିଛି ଦେଖିବାକୁ ମିଳିଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ। ଏହି ମ୍ୟାଚ୍ରେ ଅନେକ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ତେଣୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ କାହାକୁ ଚୟନ କରାଯିବ ସେ ନେଇ ଜୁରୀଙ୍କ ମୁଣ୍ଡବିନ୍ଧା ହୋଇଥିଲା। ଶେଷରେ ଇଂଲଣ୍ଡର ୯୫ ରନ୍ କରିଥିବା ସାମ କୁରାନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲା।
ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଟାଇଟଲ ଦିଆଯାଇ ନ ଥିବାରୁ ବିରକ୍ତ ହୋଇଥିଲେ। ମ୍ୟାଚ୍ ଶେଷ ହେବା ପରେ ସେ କହିଥିଲେ ଯେ, ମୁଁ ଆଶ୍ଚର୍ଯ୍ୟ ଯେ, ଶାର୍ଦ୍ଦୁଳଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମିଳିଲା ନାହିଁ। ୪ ଉଇକେଟ ଏବଂ ୩୦ ରନ୍ ଏକ ଭଲ ପ୍ରଦର୍ଶନ ଥିଲା। ଏହା ବ୍ୟତିତ ଭୁବନେଶ୍ୱର କୁମାର ମ୍ୟାନ୍ ଅଫ୍ ଦି ସିରିଜ୍ ପାଇଁ ପ୍ରତିଯୋଗୀ ଥିଲେ ।ଏହି ଖେଳାଳିଙ୍କ ମଧ୍ୟରେ ଓଭର ଏବଂ ପାଓ୍ବରପ୍ଲେ ମଧ୍ୟରେ ପାର୍ଥକ୍ୟ ଥିଲା।