Posted inଖେଳ

‘ଅନ୍ୟ ଖେଳାଳିଙ୍କ ତଳେ ଖେଳିବା ପାଇଁ କୋହଲିଙ୍କୁ ଅହଂକାର ଛାଡ଼ିବାକୁ ପଡ଼ିବ’

ନୂଆଦିଲ୍ଲୀ,୧୮।୧: ଅନ୍ୟ ଖେଳାଳିଙ୍କ ନେତୃତ୍ୱରେ ଖେଳିବା ପାଇଁ ବିରାଟ କୋହଲିଙ୍କୁ ଅହଂଙ୍କାର ଛାଡ଼ିବାକୁ ପଡ଼ିବ। ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକ କପିଳ ଦେବ। ୩୩ ବର୍ଷୀୟ କୋହଲି ଶନିବାର ସନ୍ଧ୍ୟାରେ ହଠାତ୍‌ ଟେଷ୍ଟ ଅଧିନାୟକ ପଦରୁ ଓହରିବା ନେଇ ଘୋଷଣା କରିଥିଲେ। ଏହି ନିଷ୍ପତ୍ତିକୁ କିମ୍ବଦନ୍ତୀ ଅଲରାଉଣ୍ଡର ସ୍ବାଗତ କରିଛନ୍ତି। କିନ୍ତୁ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବାକୁ ହେଲେ ତାଙ୍କୁ ଅହଂକାର ଭୁଲିବାକୁ ପଡ଼ିବ ବୋଲି ସେ କହିଛନ୍ତି।

“ଏପରିକି ସୁନୀଲ ଗାଭାସ୍କର ମୋ ତଳେ ଖେଳିଥିଲେ। ମୁଁ କେ. ଶ୍ରୀକାନ୍ତ ଓ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଖେଳିଥିଲି। ମୋର ଅହଂକାର ନ ଥିଲା, ଏବେ ମଧ୍ୟ ନାହିଁ। ଜଣେ ଯୁବ ନେତୃତ୍ୱରେ ଖେଳିବା ପାଇଁ କୋହଲିଙ୍କୁ ଅହଂକାର ଭୁଲିବାକୁ ପଡ଼ିବ। ଏହା ତାଙ୍କୁ ଓ ଭାରତୀୟ କ୍ରିକେଟକୁ ସାହାଯ୍ୟ କରିବ। ନୂଆ କ୍ୟାପଟେନ ଏବଂ ନୂଆ ଖେଳାଳିଙ୍କୁ କୋହଲି ଗାଇଡ୍‌ କରିବା ଉଚିତ। ଆମେ କୋହଲିଙ୍କ ଭଳି ବ୍ୟାଟରଙ୍କୁ ହରାଇ ପାରିବା ନାହିଁ। ବର୍ତ୍ତମାନ ସେ ଖରାପ ସମୟ ଦେଇ ଗତି କରୁଛନ୍ତି ଏବଂ ପ୍ରବଳ ଚାପରେ ଥିବା ଜଣାପଡ଼ୁଛନ୍ତି” ବୋଲି ୬୩ ବର୍ଷୀୟ କପିଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଘୋଷଣା ହେଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଦିନ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ,୨୪ା୧୨: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରକାଶ...

ଅଶ୍ୱିନୀଙ୍କ ସ୍ଥାନ ନେବେ ଏହି ଖେଳାଳି : ଜାଣନ୍ତୁ ସେ କିଏ…

ମେଲବୋର୍ନ,୨୪ା୧୨: ମୁମ୍ବାଇ ଅଫ୍‌-ସ୍ପିନର ତନୁଷ କୋଟିଆନ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଭାରତୀୟ କ୍ରିକେଟ ଦଳରେ ଯୋଗଦେବେ। ନିକଟରେ ଅବସର ନେଇଥିବା ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ...

ମୁଁ ବଞ୍ଚିଛି.. ଏମିତି କାହିଁକି କହିଲେ ବିନୋଦ କାମ୍ୱଲି

ନୂଆଦିଲ୍ଲୀ,୨୪/୧୨: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାପରେ ତାଙ୍କୁ ମହାରାଷ୍ଟ୍ରର ଥାନେସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରୀ ଦଳ ତାଙ୍କର...

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri