ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୧ ବର୍ଷ ଭିତରେ କ୍ରିକେଟର ବାଦ୍ଶାହ ପାଲଟିଯାଇଛନ୍ତି। ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଭାରତୀୟ ଅଧିନାୟକ ବିରାଟ କୋହଲି ୧୧ ବର୍ଷ ପୂର୍ବେ ଆଜିର ଦିନରେ ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଶତକ ଅର୍ଜନ କରିଥିଲେ। କୋହଲି କୋଲକତରେ ଖେଳାଯାଇଥିବା ଶ୍ରୀଲଙ୍କାର ବିପକ୍ଷ ଏକଦିବସୀୟ ମ୍ୟାଚରେ ୧୦୭ ରନର ଇନିଂସ ଖେଳିଥିଲେ। କୋହଲି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୭୦ ଶତକ ହାସଲ କରିଛନ୍ତି ଏବଂ କେବଳ ସଚିନ ତେନ୍ଦୁଲକର (୧୦୦) ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ (୭୧)ଙ୍କ ପଛରେ ସେ ଅଛନ୍ତି। କୋହଲି ଏପର୍ଯ୍ୟନ୍ତ ଏକଦିସବୀୟରେ ୪୩ ଏବଂ ଟେଷ୍ଟରେ ୨୭ ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତ ଫେରିଥିବାରୁ ରିକି ପଣ୍ଟିଙ୍ଗଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜକୁ ଅପେକ୍ଷା କରିବାକୁ ପଡିବ।