Categories: ଖେଳ

ଟେଷ୍ଟ କ୍ୟାରିୟରର ୫୦୦ତମ ମ୍ୟାଚ୍‌ ଖେଳିବାକୁ ଓହ୍ଲାଇବେ କିଙ୍ଗ କୋହଲି

ନୂଆଦିଲ୍ଲୀ,୧୬।୭: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏପର୍ଯ୍ୟନ୍ତ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪୯୯ ମ୍ୟାଚ ଖେଳିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ତାଙ୍କର ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ ହେବ। ଏହି ଉପଲବ୍ଧି ହାସଲ କରିବାରେ ବିରାଟ କୋହଲି ଦଶମ ଖେଳାଳି ହେବେ। ଏପର୍ଯ୍ୟନ୍ତ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ରେକର୍ଡ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ନିଜ କ୍ୟାରିୟରରେ ୬୬୪ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ୨୦ ଜୁଲାଇରୁ କୁଇନ ପାର୍କ ଓଭାଲ, ସ୍ପେନ ବନ୍ଦର, ତ୍ରିନିଦାଦରେ ଖେଳାଯିବ। ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ କୋହଲି ଉତ୍କୃଷ୍ଟ ଫର୍ମରେ ନଜର ଆସିଥିଲେ। ସେ ଭଲ ବ୍ୟାଟିଂ କରି ୧୮୨ ବଲରେ ୭୬ ରନ୍‌ କରିଥିଲେ।
ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଶ୍ରେଷ୍ଠ ୧୦ ଖେଳାଳି:
ସଚିନ ତେନ୍ଦୁଲକର – ୬୬୪ ମ୍ୟାଚ
ମହେଲା ଜୟବର୍ଦ୍ଧନେ – ୬୫୨ ମ୍ୟାଚ
କୁମାର ସାଙ୍ଗାକାରା – ୫୯୪ ମ୍ୟାଚ
ସନାଥ ଜୟସୁରିଆ – ୫୮୬ ଟି ମ୍ୟାଚ
ରିକି ପଣ୍ଟିଂ – ୫୬୦ ମ୍ୟାଚ
ମହେନ୍ଦ୍ର ସିଂ ଧୋନି – ୫୩୮ ମ୍ୟାଚ
ସହିଦ ଆଫ୍ରିଦି – ୫୨୪ ମ୍ୟାଚ
ଜ୍ୟାକ କଲିସ – ୫୧୯ ମ୍ୟାଚ
ରାହୁଲ ଦ୍ରାବିଡ – ୫୦୯ ମ୍ୟାଚ
ବିରାଟ କୋହଲି – ୪୯୯ ମ୍ୟାଚ
Share