Categories: ଖେଳ

‘କୋହଲି ଦିନେ ନା ଦିନେ ସନ୍ନ୍ୟାସ ନେବେ, ତାଙ୍କ ଉପରେ ନିର୍ଭର କରିବା ଉଚିତ ନୁହେଁ ’

ନୂଆଦିଲ୍ଲୀ,୨୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟର ପ୍ରଥମ ପାଳିରେ ଇଂନିସ ଅଗ୍ରଣୀ ହାସଲ କରିବା ପରେ ମଧ୍ୟ ଅତ୍ୟନ୍ତ ଶୋଚନୀୟ ପରାଜୟ ବରଣ କରିଥିଲା ଟିମ୍‌ ଇଣ୍ଡିଆ। ଏହା ବାଦ୍‌ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରିଥିବାରୁ ଟିମ୍‌ ଇଣ୍ଡିଆ ଦୁର୍ବଳ ହୋଇପଡ଼ିବ ବୋଲି ଆକଳନ କରୁଛନ୍ତି ବହୁ ପୂର୍ବତନ କ୍ରିକେଟର। ହେଲେ ସେମାନଙ୍କ ସହ ଏକମତ ନୁହନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର। ତାଙ୍କ ମତରେ ଟିମ୍‌ ଇଣ୍ଡିଆ ବିରାଟ କୋହଲିଙ୍କ ଉପରେ ଅଧିକ ନିର୍ଭର କରୁଛି।

କୋହଲି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଏଥିରେ ସନ୍ଦେହ ନାହିଁ। ହେଲେ ଆମକୁ ଆଗକୁ ଦେଖିବାକୁ ପଡ଼ିବ। ଭାରତୀୟ କ୍ରିକେଟର ଭବିଷ୍ୟତ କିଏ? କୋହଲି ଦିନେ ଦିନେ ସନ୍ନ୍ୟାସ ନେବେ। ଏଣୁ ଟିମ୍‌ ଇଣ୍ଡିଆ ତାଙ୍କ ଉପରେ ନିର୍ଭର କରିବା ଉଚିତ ନୁହେଁ। ତାଙ୍କ ବିନା ଇଣ୍ଡିଆ ଟିମ୍‌ କ’ଣ ? ଏବେ ଠୁ ଏହାର ଉତ୍ତର ଖୋଜିବା ଦରକାର। ଅଷ୍ଟ୍ରେଲିଆ ବିପକ୍ଷ ବଳକା ଟେଷ୍ଟ ସିରିଜ୍‌ ଯୁବ ଖେଳାଳିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦିନେ ବିରାଟ, ଅଜିଙ୍କ୍ୟ ରାହାନେ ଓ ରୋହିତ ଶର୍ମା ରିଟାୟର ହେବେ। ଏମାନଙ୍କ ସ୍ଥାନ ନେବ କିଏ? ଶୁବମନ ଗିଲଙ୍କ ନିକଟରେ ବଡ଼ ସୁଯୋଗ ରହିଛି ବୋଲି ପାନେସର ଏକ ସାକ୍ଷାତ୍‌କାରରେ କହିଛନ୍ତି।

Share