Categories: ଖେଳ

ଭାରତର ସମସ୍ୟା ଦୂର କରିବେ ବିରାଟ କୋହଲି

ଲକ୍ଷ୍ନୌ,୨୭।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଇଂଲଣ୍ଡ ସହିତ ଟିମ ଇଣ୍ଡିଆର ପରବର୍ତ୍ତୀ ମୁକାବିଲା ଅକ୍ଟୋବର ୨୯ରେ ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ହେବ। ମ୍ୟାଚ ପୂର୍ବରୁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ନେଟ୍ସରେ ବୋଲିଂ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। କୋହଲିଙ୍କ ବୋଲିଂ ଅଭ୍ୟାସ ମଧ୍ୟ ଏହାର ଅର୍ଥ ହୋଇପାରେ ଯେ, ସେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ପାଇଁ ଷଷ୍ଠ ବୋଲର ଭୂମିକାରେ ନଜର ଆସିପାରନ୍ତି। କାରଣ ଦଳର ଷଷ୍ଠ ବୋଲର ଭୂମିକାରେ ନିର୍ବାହ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଅଛନ୍ତି। ନେଟ୍ସରେ କୋହଲି ଶୁଭମାନ ଗିଲଙ୍କୁ ବୋଲିଂ କରିଥିଲେ।
ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ, ଏହା ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ମାତ୍ର ପାଞ୍ଚ ବୋଲରଙ୍କ ସହ ପଡିଆକୁ ଓଲ୍ହାଇପାରେ। ଏଭଳି ପରିସ୍ଥିତିରେ ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ କୋହଲି ପାର୍ଟ ଟାଇମର୍‌ ଭାବରେ କିଛି ଓଭର ବୋଲିଂ କରିପାରିବେ। ବାଂଲାଦେଶ ବିପକ୍ଷରେ ବୋଲିଂ କରୁଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ ଏବଂ ତାଙ୍କ ଓଭରରେ ତିନୋଟି ବଲ ବାକି ରହିଲା, ଯାହା ବିରାଟ କୋହଲି ତାଙ୍କ ଓଭର ଶେଷ କରିବାକୁ ବୋଲିଂ କରିଥିଲେ।

Share