Categories: ଖେଳ

ଜନ୍ମଦିନରେ ଟସ୍‌ ଜିତିଲେ ବିରାଟ

ଦୁବାଇ,୫।୧୧: ଲଗାତାର ଟସ୍‌ ହାରୁଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର ଜନ୍ମଦିନରେ ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତିଛନ୍ତି। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋହଲି। ଗତ ୧୪ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ୧୩ ଥର ଟସ୍‌ ହାରିଥିଲେ। ତେବେ ଟିମ୍‌ ଇଣ୍ଡିଆରେ ଗୋଟିଏ ପରିବର୍ତ୍ତନ ହୋଇଛି। ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରାଯାଇଛି।

Share