Categories: ଖେଳ

କୋହଲିଙ୍କ ଶରୀରରେ ଅଛି ୧୧ ଟାଟୁ: ଜାଣନ୍ତୁ କାହାର ଅର୍ଥ କ’ଣ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ତାଙ୍କ କ୍ୟାରିଅର୍‌ ସମୟରେ ସେ ଏପର୍ଯ୍ୟନ୍ତ ତାଙ୍କ ଶରୀରରେ ୧୧ଟି ଟାଟୁ କରିଛନ୍ତି। ଏହି ସମସ୍ତ ଟାଟୁଗୁଡିକସ୍‌ ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟରେ ତିଆରି କରାଯାଇଛି। ଆସନ୍ତୁ ଜାଣିବା ବିରାଟ କୋହଲିଙ୍କ ପ୍ରତ୍ୟେକ ଟାଟୁର ଅର୍ଥ-

ବିରାଟ କୋହଲି ତାଙ୍କର ପ୍ରଥମ ଟାଟୁକୁ ତାଙ୍କ ମାତା ସରୋଜାଙ୍କ ନାମରେ କରିଥିଲେ। ଏହି ଟାଟୁ ତାଙ୍କ ବାମ ହାତରେ ଉପରକୁ ତିଆରି ହୋଇଛି ।

ବିରାଟ କୋହଲି ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ। ସେଥିପାଇଁ ତାଙ୍କ ବାମ ହାତରେ ଭଗବାନ ଶିବଙ୍କର ଏକ ଟାଟୁ ମଧ୍ୟ ଅଛି। ଏଥିରେ ଭଗବାନ ଶିବ କୈଳାଶ ପର୍ବତ ଉପରେ ଧ୍ୟାନ କରୁଥିବା ଚିତ୍ରିତ ହୋଇଛି।

୨୦୦୮ରେ କୋହଲି ନିଜର ଏକଦିବସୀୟ ଡେବ୍ୟୁ କରିଥିଲେ। ସେ ନିଜର ଏକଦିବସୀୟ ଡେବୁ୍ୟୁ କରିବାରେ ୧୭୫ ତମ ଖେଳାଳି ହୋଇଥିଲେ। ତେଣୁ, ତାଙ୍କର ଏକଦିବସୀୟ କ୍ୟାପ ସଂଖ୍ୟା ୧୭୫। ଏହାକୁ ନେଇ ସେ ଟାଟୁ କରିଛନ୍ତି।

କୋହଲି ଜୁନ ୨୦୧୧ରେ କିଙ୍ଗଷ୍ଟୋନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟରେ ପ୍ରବେଶ କରି ୨୬୯ ତମ ଖେଳାଳି ହୋଇଥିଲେ। ଯେଉଁଥିପାଇଁ ତାଙ୍କର କ୍ୟାପ ନମ୍ବର ୨୬୯ ଅଟେ।

ଜାପାନର ସମୁରାଇ ଯୋଦ୍ଧାଙ୍କର ବାମ ହାତରେ ଏକ ଟାଟୁ ଅଛି। ଏହି ଜାପାନୀ ସମୁରାଇ ତାଙ୍କ ହାତରେ ଖଣ୍ଡା ଧରିଛି। ବିରାଟ ଏହି ଟାଟୁକୁ ତାଙ୍କର ‘ଗୁଡଲକ’ ବୋଲି ବିବେଚନା କରନ୍ତି।

ଗୋଲାକାର ସଦୃଶ ଏକ ଟାଟୁ କୋହଲିଙ୍କ ବାମ କାନ୍ଧରେ ଅଛି। ଏହି ବିଷୟରେ କୋହଲି କହନ୍ତି ଯେ ମୁଁ ଏହାକୁ ଭଗବାନଙ୍କ ଆଖି ବୋଲି କହୁଛି। ଏହି ଟାଟୁ ଅର୍ଥ ହେଉଛି ବ୍ରହ୍ମାଣ୍ଡ। ଯାହା ଆଖି ପରି ଦେଖାଯାଏ।

ବିରାଟଙ୍କର ଓମ୍‌ର ଏକ ଟାଟୁ ମଧ୍ୟ ଅଛି। ସେ ଏହି (ଓମ) ସମନ୍ବିତ ଧ୍ୱନିକୁ ଜୀବନର ମୂଳ ରୂପେ ବିବେଚନା କରନ୍ତି।

ଏହି ଆଦିବାସୀ ଟାଟୁ ବିରାଟ ତାଙ୍କ ଡାହାଣ ହାତରେ କରିଛନ୍ତି। ଯାହା ଜନଜାତି ସମ୍ପଦାୟକୁ ବୁଝାଏ।

କୋହଲିଙ୍କ ବାମ ହାତରେ ଭଗବାନ ଶିବଙ୍କ ଟାଟୁ ପାଖରେ ଘର ଘର ସଦୃଶ ଟାଟୁ ତିଆରି ହୋଇଛି। ଏହା ଶକ୍ତିର ପ୍ରତୀକ, ଯାହା ତାଙ୍କୁ କ୍ରିକେଟ ପିଚ୍‌ରେ ଶକ୍ତିରେ ଭରିଦିଏ।

ପିତାଙ୍କ ନାମରେ ମଧ୍ୟ ଟାଟୁ କରିଛନ୍ତି କୋହଲି।

କୋହଲି ନିଜ ଜନ୍ମ ଏବଂ ରାଶିକୁ ନେଇ ମଧ୍ୟ ଟାଟୁ କରିଛନ୍ତି।

 

Share