ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଆଇପିଏଲ୍ ଖେଳିବା ପାଇଁ ୟୁଏଇ ଗସ୍ତରେ ଅଛନ୍ତି। ଏଥର ନିଜ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସକୁ ବିଜୟ ଦେବାକୁ ବିରାଟ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କ୍ରିକେଟରରୁ ସମୟ ମିଳିଲେ କୋହଲି ଷ୍ଟିଭେନ୍ ସିଲଭେଷ୍ଟରଙ୍କ ପୁସ୍ତକ ‘Detox Your Ego’ ପଢନ୍ତି। ମ୍ୟାଚ୍ ଚାଲିଥିବାବେଳେ ଡ୍ରେସିଂ ରୁମ୍ରେ ମଧ୍ୟ କୋହଲି ଏହି ପୁସ୍ତକ ପଢୁଥିବା ଅନେକଥର ଦେଖାଯାଇଛି। କୋହଲି ପୁସ୍ତକ ପଢିବା ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତରେ ଏହି ପୁସ୍ତକର ଚାହିଦା ଏବେ ବଢିଯାଇଥିଲା। କେବଳ ଭାରତରେ ନୁହେଁ, ଷ୍ଟିଭେନ୍ଙ୍କ ଏହି ପୁସ୍ତକ ୟୁକେରେ ବି ବେଶ୍ ଲୋକପ୍ରିୟ। ଖେଳାଳିଠାରୁ ଆରମ୍ଭ କରି ବ୍ୟବସାୟୀ, ଚାକିରି କରିଥିବା ବ୍ୟକ୍ତି ଆଗକୁ ବଢିବାକୁ ହେଲେ ଅହଙ୍କାର ସହ ସଂଘର୍ଷ କରିବାର ୭ଟି ସରଳ ଉପାୟ ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି। ୨୦୨୧ ଜାନୁୟାରୀ କୋହଲି ପିତା ହେବେ ବୋଲି ଘୋଷଣା କରିଛନ୍ତି।