ନୂଆଦିଲ୍ଲୀ,୨୯।୮: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି ଭାରତୀୟ କ୍ରିକେଟ ଟିମ୍। ଲର୍ଡସ ଟେଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବାହାବା ସାଉଁଟିବା ପରେ ଭାରତୀୟ ଦଳକୁ ପରାଜୟକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ମ୍ୟାଚ୍ ଶେଷ ହେବା ପରେ କୋହଲି ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ଅଧିନାୟକ ଏପରି ଶୈଳୀରେ ଉତ୍ତର ଦେଇଥିଲେ ଯାହା ତାଙ୍କର ୧୩ ବର୍ଷ କ୍ରିକେଟ କ୍ୟାରିୟରରେ ଦେଖିବାକୁ ମିଳି ନ ଥିଲା। ଖବରଦାତାମାନେ ବିରାଟଙ୍କୁ ଯାହା ବି କହିଥିଲେ ସେ ନିରବ ରହି ତାକୁ ଶୁଣିବା ସହ ଧନ୍ୟବାଦ ଜଣାଇଥିଲେ।
ଖବରଦାତା ସମ୍ମିଳନୀରେ ବିରାଟ ଭାରତୀୟ ଦଳର ଖେଳାଳିଙ୍କ ଶଟ୍ ଚୟନ ବିଷୟରେ କହୁଥିଲେ। ହେଲେ ଏହି ସମୟରେ ଜଣେ ସାମ୍ବାଦିକ ତାଙ୍କ କଥାକୁ କାଟି ବ୍ୟାକ୍ଫୁଟରେ ଖେଳିବା ଯୋଗୁ ଆପଣ ରନ୍ କରିବାର ଅନେକ ଅବସର ହରାଇ ଦେଲେ ବୋଲି କହିଥିଲେ। ଏହାକୁ ସହଜରେ ଗ୍ରହଣ କରି ନେଇଥିଲେ ଅଧିନାୟକ। ହେଲେ ବିରାଟଙ୍କ ପ୍ରଶଂସକ ତାଙ୍କର ଏଭଳି ଲୁକ୍କୁ ଗ୍ରହଣ କରିପାରି ନାହାନ୍ତି। ସେମାନଙ୍କ ମଧ୍ୟରୁ କିଛି ଯେକେହି ଏବେ କୋହଲିଙ୍କୁ ବ୍ୟାଟିଂ ବିଷୟରେ ଜ୍ଞାନ ଦେବେ ବୋଲି କହୁଥିବା ବେଳେ କିଛି ଲୋକ ସାମ୍ବାଦିକଙ୍କ ତର୍କ ସହ ସହମତ ଥିବା କହୁଛନ୍ତି।
Remarkable self-control by @imVkohli.
In a sense, it’s a classic Twitter moment. Person with zero knowledge & zero self-awareness tries to give random gyan to actual practitioner.pic.twitter.com/P3FoLVxllD
— Amit Varma (@amitvarma) August 28, 2021