Posted inଖେଳ

ଭାଇରାଲ ହେଉଛି ବିରାଟ କୋହଲିଙ୍କ ରିଆକ୍ସନ୍‌

ପାଲେକେଲ୍‌,୪।୯: ବର୍ଷା ଯୋଗୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ରଦ୍ଦ ହୋଇଯାଇଥିଲା। ଫଳରେ ଉଭୟ ଦଳ ୧-୧ ପଏଣ୍ଟ ପାଇଲେ। ଏଥି ସହିତ ଭାରତ-ପାକିସ୍ତାନ ମ୍ୟାଚରେ ପାକିସ୍ତାନୀ ଦ୍ରୁତ ବୋଲରଙ୍କ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନର ଦ୍ରୁତ ବୋଲରମାନେ ସମସ୍ତ ୧୦ ଜଣ ଭାରତୀୟ ଖେଳାଳିଙ୍କୁ ଆଉଟ୍‌ କରିଥିଲେ। ବିଶେଷ କରି ଶାହିନ ଆଫ୍ରିଦି ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଶାହିନ ଆଫ୍ରିଦି ଭାରତୀୟ ଦଳର ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ସେ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଆଉଟ୍‌ କରିଥିଲେ।
ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିଛି। ଶାହିନ ଆଫ୍ରିଦି ରୋହିତ ଶର୍ମାଙ୍କୁ ତାଙ୍କ ବଲରେ ବୋଲ୍ଡ କରିଥିଲେ, ସେତେବେଳେ ବିରାଟ କୋହଲିଙ୍କ ପ୍ରତିକ୍ରିୟା ଅଜବ ପ୍ରକାରର ଥିଲା। ସେ ଭିନ୍ନ ଚାହାଣିରେ ଚାହିଁଥିଲେ। ସେ ରୋହିତଙ୍କୁ ଶାହିନ ଆଫ୍ରିଦି ଆଉଟ୍‌ କରିବା ପରେ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ ସେ ମଧ୍ୟ ଅଧିକ ସମୟ କ୍ରିଜରେ ରହିପାରି ନ ଥିଲେ। ଶାହିନ ଆଫ୍ରିଦି କ୍ଲିନ ବୋଲ୍ଡ କରିଥିଲେ ବିରାଟ କୋହଲି। ବିରାଟ କୋହଲି ୭ ବଲରେ ମାତ୍ର ୪ ରନ ସ୍କୋର କରିପାରନ୍ତି।

https://twitter.com/abdullahraheemm/status/1698021656202277076


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଦଳରେ ପରିବର୍ତନ; ମହମ୍ମଦ ରିଜୱାନଙ୍କୁ ମିଳିଲା ଅଧିନାୟକ ପଦ

ନୂଆଦିଲ୍ଲୀ,୨୭ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଦଳରେ ବଡ ପରିବର୍ତନ କରିଛି। ବାବର ଦିନିକିଆ ଏବଂ ଟି୨୦ କ୍ରିକେଟରୁ ଅବସର ନେବା ପରେ...

ବିନା ଅଧିନାୟକରେ ଟିମ୍ ଘୋଷଣା କଲା ପାକିସ୍ତାନ; ଜିମ୍ବାୱେ ଗସ୍ତରୁ ବାଦ ପଡ଼ିଲେ ବାବର-ଶାହୀନି

ନୂଆଦିଲ୍ଲୀ,୨୭ା୧୦: ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଜିମ୍ବାୱେ ଗସ୍ତ ପାଇଁ...

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri