Categories: ଖେଳ

ଟେଷ୍ଟ କ୍ରିକେଟରେ ୨୮ ତମ ଶତକ ହାସଲ କଲେ ବିରାଟ …

ନୂଆଦିଲ୍ଲୀ,୧୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତର ବ୍ୟାଟିଂ ଜାରି ରହିଛି। ରବିବାର ମ୍ୟାଚର ଚତୁର୍ଥ ଦିନ। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଭାରତର ସ୍କୋର ୩୬୧/୪ ରହିଛି।

ବିରାଟ କୋହଲି ଟେଷ୍ଟ କ୍ରିକେଟରେ ତାଙ୍କର ୨୮ତମ ଶତକ ପୂରଣ କରିଛନ୍ତି। ସେ ୨୪୧ ବଲରେ ନିଜର ୧୦୦ ରନ ପୂରଣ କରିଛନ୍ତି। ବିରାଟ ଏପର୍ଯ୍ୟନ୍ତ ତାଙ୍କ ଇନିଂସରେ ପାଞ୍ଚଟି ଚୌକା ମାରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ରେ ଏହା ତାଙ୍କର ୭୫ ତମ ଶତକ।

Share