Categories: ଖେଳ

ବିରାଟଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଛି, ଫେକ୍‌ ଖବର ନେଇ ଉତ୍ତର ଦେଲେ ବିକାଶ…

କୋଲକାତା,୩୧।୧ : ଆଜିକାଲି ଭାରତୀୟ ଦଳ ଇଂଲଣ୍ଡ ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ ହାରିଛି। ବ୍ୟକ୍ତିଗତ କାରଣରୁ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି। ଏହା ପରେ ବିରାଟ କୋହଲିଙ୍କ ମା’ ଅସୁସ୍ଥ ଥିବା ଯୋଗୁ ତାଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ଦୂରେଇ ରହିବାକୁ ପଡିବ ବୋଲି ଅନେକ ରିପୋର୍ଟରେ ଦାବି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଭାଇ ବିକାଶ କୋହଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି ଏବଂ ତାଙ୍କ ମା’ଙ୍କ ଅସୁସ୍ଥତା ଖବରକୁ ମିଥ୍ୟା ବୋଲି କହିଛନ୍ତି।

ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ମୁଁ ଗତ କିଛି ଦିନ ହେବ ମା’ଙ୍କ ଅସୁସ୍ଥତା ସମ୍ପର୍କରେ ଅନେକ ଖବର ନେଇ ଚର୍ଚ୍ଚା ହେଉଥିବାର ଦେଖିଛି। ଏହି ବିଷୟରେ, ମୁଁ ଆପଣଙ୍କୁ କହିବାକୁ ଚାହେଁ ମୋ ମା ସମ୍ପୂର୍ଣ୍ଣ ଭଲ ଅଛନ୍ତି । ମା’ଙ୍କ ଅସୁସ୍ଥତା ବିଷୟରେ ଚାଲିଥିବା ସମସ୍ତ ଖବର ମିଛ। ମୁଁ ଅନୁରୋଧ କରୁଛି ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ନାହିଁ ସେ ପର୍ଯ୍ୟନ୍ତ ସେପରି ଖବର ପ୍ରସାରଣ କରନ୍ତୁ ନାହିଁ।

ବିରାଟ କୋହଲି ଦ୍ୱିତୀୟ ଟେଷ୍ଟ ମ୍ୟାଚ ମଧ୍ୟ ଖେଳି ପାରିବେ ନାହିଁ। ଯାହା ପରେ ଆଶା କରାଯାଉଛି ବିରାଟ ବର୍ତ୍ତମାନ ତୃତୀୟ ମ୍ୟାଜରେ ପ୍ରତ୍ୟାବର୍ତ୍ତନ କରିବେ। ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଇଥିଲା, ଟିମ ଇଣ୍ଡିଆ ଏହି ମ୍ୟାଚ ହାରିଥିଲା ।

ଏହି ମ୍ୟାଚରେ ଭାରତୀୟ ଦଳ ବିରାଟ କୋହଲିଙ୍କୁ ମିସ୍‌ କରିଥିଲା। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ୨୩୧ ରନ ସ୍କୋର କରିପାରି ନ ଥିଲା। ଏହା ବ୍ୟତୀତ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ବିରାଟ କୋହଲିଙ୍କୁ ମଧ୍ୟ ବହୁତ ମିସ୍‌ କରିଥିଲେ। ଷ୍ଟାଡିୟମରେ ବିରାଟ କୋହଲିଙ୍କ ନାମ ଥିବା ଜର୍ସି ପିନ୍ଧି ଅନେକ ଦର୍ଶକ ବସିଥିଲେ।

 

 

Share