Categories: ଖେଳ

ସେହ୍ବାଗଙ୍କ ଭବିଷ୍ୟବାଣୀ: ଭାରତ ଗୋଟିଏ ମ୍ୟାଚ୍‌ ହାରିଲେ ବିଦା, ପାକିସ୍ତାନ ଏଥର…

ନୂଆଦିଲ୍ଲୀ,୬।୯: ଏସିଆ କପ୍‌ ୨୦୨୨ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ହେଁ ସୁପର-୪ ପର୍ଯ୍ୟାୟରେ ପାକିସ୍ତାନଠାରୁ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ। ଏପରି ସ୍ଥିତିରେ ଦଳକୁ ଆଗାମୀ ଦୁଇଟି ଯାକ ମ୍ୟାଚ୍‌ ଜିତିବାକୁ ହେବ। ନଚେତ ଟୁର୍ନାମେଣ୍ଟରୁ ବାହାର ହେବାକୁ ପଡ଼ିପାରେ। ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ଦ୍ୱିତୀୟ ମୁକାବିଲା ଖେଳିବ। ଏହି ମ୍ୟାଚ୍‌କୁ ନେଇ ଏବେ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ।

କ୍ରିକ୍‌ବଜ ସହ ସାକ୍ଷାତକାରରେ ସେହ୍ବାଗ କହିଛନ୍ତି, ଯଦି ଭାରତ ଆଉ ଏକ ମୁକାବିଲାକୁ ହାରିଯାଏ ତେବେ ସେ ଟୁର୍ନାମେଣ୍ଟରୁ ବାହାର ହୋଇଯିବ। ପାକିସ୍ତାନ କିନ୍ତୁ ଯଦି ଗୋଟିଏ ମ୍ୟାଚ୍‌ ହାରେ ଦ୍ୱିତୀୟଟିକୁ ଜିତିବାକୁ ସୁଯୋଗ ରହିବ ଏବଂ ତାଙ୍କର ନେଟ ରନ୍‌ ରେଟ୍‌ ଯୋଗୁ ଦଳ ଫାଇନାଲ ଖେଳିବ। ଏହାକୁ ଦେଖିଲେ ଭାରତ ଉପରେ ଚାପ ଅଧିକ। ଦୀର୍ଘଦିନ ପରେ ପାକିସ୍ତାନ ଫାଇନାଲ ଖେଳିବ। ଏହା ପାକିସ୍ତାନର ବର୍ଷ ହୋଇପାରେ ବୋଲି ସେ କହିଛନ୍ତି।

ତେବେ ପାକିସ୍ତାନ ଟିମ୍‌ ଫାଇନାଲରେ ପ୍ରବେଶ କରିବାରୁ ଗୋଟିଏ ପାଦ ଦୂରରେ ରହିଛି। ଦଳର ନଜର ତୃତୀୟ ଥର ଲାଗି ଏସିଆ କପ୍‌ ଜିତିବା ଉପରେ ରହିଛି। କାରଣ ଏହା ଶେଷଥର ଲାଗି ୨୦୧୪ରେ ଏସିଆ କପ୍‌ ଫାଇନାଲ ଖେଳିଥିଲା।

Share