ଶାଶୁ-ବୋହୂଙ୍କ ମଧ୍ୟରେ ଝଗଡ଼ା ନ ହେଉ ସେଥିପାଇଁ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ୍ ବିନା ନମ୍ବର ବିଶିଷ୍ଟ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଉଥିଲେ। ଏ କଥା ନିଜେ ସେହଓ୍ବାଗ୍ କହିଛନ୍ତି। ସୋସିଆଲ ମିଡିଆରେ ନିଜ ଶୋ’ଭୀରୁ କି ବୈଠକ ଏପିସୋଡ୍ ୪୨ରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ ସେହଓ୍ବାଗ୍ ଏପରି କହିଛନ୍ତି। ଆଶିଷ ନାମକ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଥିଲେ, ପାଜି ଆପଣ ଅଧିକାଂଶ ମ୍ୟାଚ୍ରେ ବିନା ନମ୍ବର ବିଶିଷ୍ଟ ଜର୍ସି ପିନ୍ଧି ଖେଳିଥାନ୍ତି। ଏହାର ପ୍ରକୃତ କାରଣ କଣ?
ଉତ୍ତରରେ ସେହଓ୍ବାଗ୍ କହିଥିଲେ ଯେ, ପ୍ରଥମ ଥର ପାଇଁ ସେ ୪୪ ନମ୍ବର ବିଶିଷ୍ଟ ଜର୍ସି ପିନ୍ଧି ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ଏହା ତାଙ୍କ ପାଇଁ ଶୁଭ ସଂଖ୍ୟା ନୁହେଁ ବୋଲି ମା’ ଜ୍ୟୋତିଷଙ୍କୁ ପଚାରି ବୁଝିଥିଲେ। ଏହାକୁ ବଦଳାଇଦେବାକୁ ମା’ କହିଥିଲେ। ପରେ ଯେତେବେଳେ ତାଙ୍କର ବିବାହ ହେଲା ସ୍ତ୍ରୀ ମଧ୍ୟ କହିଥିଲେ ଏହି ନମ୍ବର ତାଙ୍କୁ ଶୁଟ୍ କରୁନାହିଁ। ମା’ କହୁଥିଲେ ୪୬ ନମ୍ବର ଏବଂ ସ୍ତ୍ରୀ କହୁଥିଲେ ୨ ନମ୍ବର ବିଶିଷ୍ଟ ଜର୍ସି ପିନ୍ଧିବାକୁ। ତେଣୁ ଶାଶୁ-ବୋହୂଙ୍କ ମଧ୍ୟରେ ଝଗଡ଼ା ନ ହେଉ ସେଥିପାଇଁ ସେ ନିଜ ଜର୍ସିରେ ନମ୍ବର ଲଗାଇବା ଛାଡିଦେଲେ ବୋଲି କହିଥିଲେ।
Posted inଖେଳ