Categories: ଜାତୀୟ

ଡୋନାଲ୍ଡ ଟ୍ରମ୍ପଙ୍କୁ ବାବା ସେହୱାଗଙ୍କ ଆର୍ଶୀବାଦ

ନୂଆଦିଲ୍ଲୀ,୨।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ। ଏ ନେଇ ଶୁକ୍ରବାର ନିଜେ ଟ୍ରମ୍ପ୍‌ ଟୁଇଟ କରି ସୂଚନା ଦେଇଛନ୍ତି। ଭାରତର ପୂର୍ବତନ କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହୱାଗ ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏ ନେଇ ସେ ଏକ ମଜାଦାର ଟୁଇଟ୍‌ କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଟୁଇଟରେ ସେହୱାଗ ନିଜର ଏକ ଫଟୋ ଶେୟାର୍‌ କରିଛନ୍ତି, ଯେଉଁଥିରେ ସେ ବାବା ହୋଇ ବସିଥିବା ଦେଖିବାକୁ ମିଳିଛି। ସେ କ୍ୟାପସନରେ ଲେଖିଛନ୍ତି, ଡୋନାଲ୍ଡ ଟ୍ରମ୍ପ କୋଭିଡରୁ ଆରୋଗ୍ୟ ହେବା ପାଇଁ ବାବା ସେହୱାଗଙ୍କ ଆଶୀର୍ବାଦ। ଗୋ କରୋନା ଗୋ କରୋନା ଗୋ ବୋଲି ଟୁଇଟରେ ଉଲ୍ଲେଖ ରହିଛି। ଯାହା ଖୁବ ଭାଇରାଲ ହେବାରେ ଲାଗିଛି।

Share