Categories: ଖେଳ

କ୍ରିକେଟରେ ଚମକିବାକୁ ପ୍ରସ୍ତୁତ ସେହ୍ବାଗଙ୍କ ପୁଅ, ଏହି ଟିମ୍‌ରେ ହେଲା ଚୟନ

ନୂଆଦିଲ୍ଲୀ,୬।୧୨: ନିଜ ସମୟରେ ଓପନର୍‌ ଭାବେ ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ରହିଆସୁଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ। ତାଙ୍କୁ ବୋଲିଂ କରିବା ବେଳେ ବିରୋଧୀ ଟିମ୍‌ ବୋଲର୍‌ମାନେ ଚିନ୍ତାରେ ପଡ଼ିଯାଉଥିଲେ। ଏହି ଦିନକୁ ଅନେକ ବର୍ଷ ବିତିଗଲାଣି। ଅପରପକ୍ଷେ ସେହ୍ବାଗ ସନ୍ୟାସ ନେଇଥିଲେ ହେଁ କ୍ରିକେଟରୁ ଦୂରେଇ ଯାଇନାହାନ୍ତି। ଏବେ ତାଙ୍କ ପୁଅ ମଧ୍ୟ କ୍ରିକେଟରେ ନାଁ କମାଇବାକୁ ଅଣ୍ଟା ଭିଡିଲେଣି। ବିସିସିଆଇ ଦ୍ୱାରା ଆୟୋଜିତ ଅଣ୍ଡର-୧୬ ବିଜୟ ମର୍ଚାଣ୍ଟ ଟ୍ରଫି ଲାଗି ସେହ୍ବାଗଙ୍କ ପୁଅ ଆର୍ଯ୍ୟଭୀର ସେହ୍ବାଗଙ୍କୁ ଦିଲ୍ଲୀ ଟିମ୍‌ରେ ସାମିଲ କରାଯାଇଛି। ୧୫ ବର୍ଷୀୟ ଆର୍ଯ୍ୟଭୀର କ୍ରିକେଟଜଗତରେ ପାଦ ରଖି ବାପାଙ୍କ ଭଳି ଚମକିପାରନ୍ତି ବୋଲି ଆଶା କରାଯାଉଛି।

Share