ପଦ୍ମଶ୍ରୀ ଫେରାଇଲେ ବୀରେନ୍ଦ୍ର

ନୂଆଦିଲ୍ଲୀ,୨୪ା୧୨(ପି.ଟି.)ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ଭାବେ ନିର୍ବାଚିତ ହେବା ପ୍ରତିବାଦରେ ଆଉ ଜଣେ ଆଥ୍‌ଲେଟ ନିଜ ପଦ୍ମଶ୍ରୀ ଫେରାଇବା ପାଇଁ ଶନିବାର ଘୋଷଣା କରିଛନ୍ତି। ବଧିର ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା କୁସ୍ତି ଯୋଦ୍ଧା ବୀରେନ୍ଦ୍ର ସିଂ ଯାଦବ ରେସ୍‌ଲରଙ୍କ ସମର୍ଥନରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସଞ୍ଜୟ ସିଂ ନିର୍ବାଚିତ ହେବା ପରେ ଅବସର ଗ୍ରହଣ କରିଥିବା ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ପ୍ରତି ନିଜର ଦୃଢ ସମର୍ଥନ ଜାହିର କରିବା ସହିତ ପୁରସ୍କାର ଫେରାଇବେ ବୋଲି ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ ମଧ୍ୟ ନିଜ ପୁରସ୍କାର ଫେରସ୍ତ କରିଥିଲେ। ‘ମୋ ଭଉଣୀ ଓ ଦେଶର ଝିଅଙ୍କ ସମ୍ମାନ ପାଇଁ ମୁଁ ମଧ୍ୟ ତାହା କରିବି। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମୁଁ ଆପଣଙ୍କ ଝିଅ ତଥା ମୋ ଭଉଣୀ ସାକ୍ଷୀ ମଲିକ୍‌ଙ୍କ ପାଇଁ ଗର୍ବିତ’ ବୋଲି ବୀରେନ୍ଦ୍ର ‘ଏକ୍ସ’ରେ ଲେଖିଥିଲେ।
ଏହା ସହିତ ଦେଶର ସ୍ପୋଟର୍‌ସ ଆଇକନ ସଚିନ ତେନ୍ଦୁଲକର ଓ ନୀରଜ ଚୋପ୍ରାଙ୍କ ପରି ଖେଳାଳିଙ୍କୁ ଏହି ଘଟଣା ଉପରେ ନିଜ ମତ ରଖିବା ପାଇଁ ସେ ଅନୁରୋଧ କରିଥିଲେ। ସେ ଉଭୟ ତେନ୍ଦୁଲକର ଓ ନୀରଜ ଚୋପ୍ରାଙ୍କୁ ଏହି ପୋଷ୍ଟରେ ଟ୍ୟାଗ ମଧ୍ୟ କରିଥିଲେ। ବୀରେନ୍ଦ୍ରଙ୍କୁ ୨୦୨୧ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ୨୦୧୫ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଗୁରୁବାର ସଞ୍ଜୟ ସିଂ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହା ସହିତ ଡବ୍ଲ୍ୟୁଏଫ୍‌ଆଇର ସମୁଦାୟ ୧୫ ପଦବୀ ମଧ୍ୟରୁ ୧୩ଟିରେ ବ୍ରିଜ୍‌ଭୂଷଣଙ୍କ ସମର୍ଥକ ବିଜୟୀ ହୋଇଥିଲେ। ଏହାପରେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଏକ ଖବରଦାତା ସମ୍ମିଳନୀ କରିଥିଲେ। ସାକ୍ଷୀ ଅବସର ଘୋଷଣା କରିଥିବା ବେଳେ ବଜରଙ୍ଗ ଗୋଟିଏ ଦିନ ପରେ ପୁରସ୍କାର ଫେରାଇବା ପାଇଁ ଘୋଷଣା କରିଥିଲେ। ପୂର୍ବରୁ ମେ’ ୩୦ ତାରିଖରେ କୁସ୍ତିଯୋଦ୍ଧାମାନେ ନିଜର ପଦକ ଗଙ୍ଗାରେ ଭସାଇବା ପାଇଁ ଯାଇଥିବା ବେଳେ ଚାଷୀ ନେତାମାନଙ୍କ ଅନୁରୋଧ କ୍ରମେ ଏଥିରୁ ନିବୃତ୍ତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri