Posted inଖେଳ

ବାବର ଆଜମ୍‌ଙ୍କୁ ଏମିତି ଟିପ୍ସ ଦେଲେ ବୀରେନ୍ଦ୍ର ସେହ୍ବାଗ: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଆଜିକାଲି ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ଟେଷ୍ଟ କ୍ରିକେଟରେ ବାବରଙ୍କ ଶେଷ ଅର୍ଦ୍ଧଶତକ ଡିସେମ୍ବର ୨୦୨୨ରେ ଆସିଥିଲା। ସେ ଗତ ୬୧୬ ଦିନ ଧରି ଗୋଟିଏ ଅର୍ଦ୍ଧତକ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରେ ବାବରଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇଛି। ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରେ ମଧ୍ୟ ବାବରଙ୍କ ବ୍ୟାଟ ଚୁପ ରହିଛି। ସେପଟେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ତାଙ୍କୁ ପରାମର୍ଶ ଦେଇଛନ୍ତି।

 

ପୂର୍ବତନ ଭାରତୀୟ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ବାବର ଆଜମଙ୍କୁ ପ୍ରତ୍ୟାବର୍ତ୍ତନ କରିବାର ରାସ୍ତା କହିଛନ୍ତି। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ସେହ୍ବାଗଙ୍କୁ ବାବରଙ୍କ ବିଷୟରେ ପଚାରିଥିଲେ। ଶୋଏବ ସେହ୍ବାଗଙ୍କୁ ପଚାରିଥିଲେ ଯେ, ବାବର ଆଜମଙ୍କ କୌଶଳରେ କିଛି ଭୁଲ ଅଛି କି? ଯାହାଦ୍ୱାରା ସେ ଲଗାତର ଫ୍ଲପ୍‌ ହେଉଛନ୍ତି। ଏହାର ଉତ୍ତରରେ ସେହ୍ବାଗ କହିଛନ୍ତି, ସେ ଜଣେ ବଡ ଖେଳାଳି। ଯେତେବେଳେ ବି ଜଣେ ବଡ ଖେଳାଳି ମ୍ୟାଚ କିମ୍ବା ସିରିଜରୁ ଡ୍ରପ ହୁଅନ୍ତି, ସେ ଦୃଢ ପ୍ରତ୍ୟାବର୍ତ୍ତନ କରନ୍ତି। ମୁଁ ବାବରଙ୍କୁ କିଛିଦିନ କ୍ରିକେଟଠାରୁ ଦୂରରେ ରହିବାକୁ ଏବଂ ପରିବାର ସହ ସମୟ କାଟିବାକୁ ପରାମର୍ଶ ଦେବି। ପ୍ରଥମେ ଘରୋଇ କ୍ରିକେଟ ଖେଳ। ଶାରୀରିକ ଏବଂ ମାନସିକ ସ୍ତରରେ ଶକ୍ତିଶାଳୀ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରି ଆସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୨୪ ରୁ ୨୮ ଅକ୍ଟୋବରରେ ପୁଣେର ମହାରାଷ୍ଟ୍ର...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୨।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ ଇଣ୍ଡିଆ ଏ ଦଳ ଘୋଷଣା କରିଛି।...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିବ ହକି

ମେଲବୋର୍ନ,୨୨ା୧୦: ରାଜ୍ୟଗୋଷ୍ଠୀ କ୍ରୀଡାରୁ ହକି ଇଭେଣ୍ଟ ବାଦ ପଡିବାକୁ ଯାଉଛି। ୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ...

ଭାରତ ଯୋଗୁ ବିଶ୍ୱବିଜେତା ହେଲା ନ୍ୟୁଜିଲାଣ୍ଡ ଟିମ୍‌: ଅଧିନାୟକ ନିଜେ କଲେ ଖୁଲସା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୧।୧୦: ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଏହି ବିଶ୍ୱକପ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri