ଭାରତ-ପାକିସ୍ତାନ ସୀମାରେ ଯବାନଙ୍କ ଭାଙ୍ଗଡ଼ା ନୃତ୍ୟ: ସାହସକୁ ସମ୍ନାନ ଜଣାଇଲେ ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୮।୭: ଭାରତ-ପାକିସ୍ତାନ ସୀମାରେ ଥିବା ଭାରତୀୟ ଯବାନଙ୍କ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୪/୫ ଜଣ ଯବାନ ବିନ୍ଦାସ୍‌ ହୋଇ ପଞ୍ଜାବୀ ସୁପରହିଟ୍‌ ଗୀତ ‘ଦାରୁ ବଦନାମ କର ଦି’ ରେ ଭାଙ୍ଗଡା ନୃତ୍ୟ କରୁଛନ୍ତି। ଏହି ଭିଡିଓକୁ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ୍‌ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଭାରତ-ପାକ୍‌ ସୀମା ନିକଟରେ ଯବାନମାନଙ୍କ ଭାଙ୍ଗଡ଼ା ନୃତ୍ୟ ଅତ୍ୟନ୍ତ ଚମତ୍କାର। ଏପରି ଚ୍ୟାଲେଞ୍ଜିଂ ପରିସ୍ଥିତିରେ ସେମାନେ ଏତେ ଖୁସି ଅଛନ୍ତି। ମୁଁ ତାଙ୍କ ସାହସକୁ ସମ୍ନାନ କରୁଛି ବୋଲି ସେହଓ୍ବାଗ୍‌ ଲେଖିଛନ୍ତି। ଏହି ଭିଡିଓ ଭାଇରାଲ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ୧ ଲକ୍ଷ ୩୫ ହଜାର ଲୋକ ଦେଖିସାରିଲେଣି।

Share