ଓ୍ବାଶିଂଟନ,୬।୬: ଆମେରିକାର ଭର୍ଜିନିଆରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଆମେରିକାର ଅଧିକାରୀମାନେ ସୂଚନା ଦେଇଥିଲେ। ଅଧିକାରୀମାନେ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ଦୁର୍ଘଟଣା ସମୟରେ ନିଜ ସିଟରୁ ଖସି ଯାଇଥିଲେ। ତେବେ ଯାଞ୍ଚ ପରେ କୁହାଯାଇଛି କି ପାଇଲଟଙ୍କ ଅବହେଳା ମନୋଭାବ ଯୋଗୁ ଏଭଳି ଦୁର୍ଘଟଣା ଘଟିଛି। ଏମାନେ କହିଛନ୍ତି ପାଇଲଟ ନିଜେ ବିମାନକୁ ଅଟକାଇଥିଲେ। ସୂତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଆମେରିକାର ଯୁଦ୍ଧ ବିମାନ ଓ୍ବାଶିଂଟନରେ ଉଡୁଥିବା ଏକ ରହସ୍ୟମୟୀ ବିମାନର ପିଛା କରିଥିଲା, ଯାହା ପରେ ଭର୍ଜିନିଆରେ କ୍ରାସ ହୋଇଯାଇଥିଲା। ଆମେରିକା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।