Virtual ATM: ଆଉ ଯିବାକୁ ପଡିବନି ATM, ଗୋଟିଏ ଓଟିପିରେ ମିଳିଯିବ ନଗଦ ଟଙ୍କା

ନୂଆଦିଲ୍ଲୀ,୧୪।୨: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ବା UPI ଦେଶରେ ସବୁଠାରୁ ଲୋକପ୍ରିୟ ପେମେଣ୍ଟ ଅପ୍ସନ। ଅନଲାଇନ ଟ୍ରାଞ୍ଜାକ୍ସନ ବିପ୍ଲବ ଆସିବା ପରଠାରୁ ମୋବାଇଲ ଓ ଇଣ୍ଟରନେଟ ସାହାଯ୍ୟରେ ଉପଭୋକ୍ତାମାନେ ଅନଲାଇନ ପେମେଣ୍ଟ କରୁଛନ୍ତି। ସବୁଠି ଅନଲାଇନ ସୁବିଧା ଉପଲବ୍ଧ ହେଉଥିବାରୁ ଲୋକଙ୍କୁ ଡେବିଟ କାର୍ଡ କିମ୍ବା ନଗଦ ଟଙ୍କା କ୍ୟାରି କରିବାକୁ ପଡୁନାହିଁ। କିନ୍ତୁ ଅନେକ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନ ଥିବାରୁ ନଗଦ ଆବଶ୍ୟକ ହୋଇଥାଏ। ଏଭଳି ସ୍ଥିତିରେ ଆପଣ ଏଟିଏମ କାର୍ଡ କିମ୍ବା ନଗଦ ଟଙ୍କା ନେବାକୁ ଭୁଲିଗଲେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। କିନ୍ତୁ ଏବେ ଆପଣଙ୍କୁ ଏଟିଏମ ନ ଯାଇ ମଧ୍ୟ ଗୋଟିଏ ଓଟିପିରେ କ୍ୟାସ ଉଠାଇପାରିବେ। ତେବେ ଜାଣନ୍ତୁ ଏହା କିପରି ହେବ।

ନଗଦ ଟଙ୍କା ଉଠାଇବା ପାଇଁ ଏବେ ଏଟିଏମ କାର୍ଡ ନୁହେଁ ଭର୍ଚୁଆଲ ଏଟିଏମ ଆରମ୍ଭ ହୋଇଛି। ଏଥିରେ ଆପଣ ଏଟିଏମ କିମ୍ବା ବ୍ୟାଙ୍କ ନ ଯାଇ ନିକଟସ୍ଥ ଦୋକାନରୁ ନଗଦ ଟଙ୍କା ନେଇପାରିବେ। ଚଣ୍ଡିଗଡ଼ର ଫିଣ୍ଟେକ କମ୍ପାନୀ ଭର୍ଚୁଆଲ ଏଟିଏମ ସିଷ୍ଟମ ଆଣିଛି। ଏହା ଏକ କାର୍ଡଲେସ କିମ୍ବା ହାର୍ଡୱେର୍‌ ଲେସ୍‌ ପ୍ରକ୍ରିୟା। ଯାହା ଟଙ୍କା ଉଠାଇବା ପାଇଁ ବ୍ୟବହାର ହୁଏ। ଏଥିରେ କୌଣସି ଏଟିଏମ କାର୍ଡ କିମ୍ବା ପିନ ଆବଶ୍ୟକ ହୁଏନାହିଁ।

ଭର୍ଚୁଆଲ ଏଟିଏମରୁ ଟଙ୍କା ଉଠାଇବା ପାଇଁ ସ୍ମାର୍ଟଫୋନ ଆବଶ୍ୟକ। ସେଥିରେ ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଇଣ୍ଟରନେଟ ରହିବା ମଧ୍ୟ ଆବଶ୍ୟକ। ମୋବାଇଲ ବ୍ୟାଙ୍କିଙ୍ଗ ଆପ ଫୋନ ନମ୍ବର ସହିତ ପଞ୍ଜିକୃତ ହେବା ଜରୁରୀ ଅଟେ।
ଅନଲାଇନ ମୋବାଇଲ ବ୍ୟାଙ୍କିଙ୍ଗରୁ ନଗଦ ଟଙ୍କା ଉଠାଇବାକୁ ଆପଣଙ୍କୁ ଏକ ଅନୁରୋଧ ଦାଖଲ କରିବାକୁ ପଡିବ। ଏହା ପରେ, ବ୍ୟାଙ୍କ ଜେନେରେଟେଡ ଓଟିପି ଉଲ୍ଲେଖ କରିବାକୁ ପଡିବ। ପରେ ଏହି ଓଟିପିକୁ ଆପଣଙ୍କୁ ପେମାର୍ଟ ଦୋକାନରେ ଦେଖାଇବାକୁ ପଡିବ। ଓଟିପି ଦେବା ପରେ ସେ ଆପଣଙ୍କୁ ନଗଦ ଟଙ୍କା ପ୍ରଦାନ କରିବେ। ମୋବାଇଲ ବ୍ୟାଙ୍କିଙ୍ଗ ଆପ, ଆପଣଙ୍କୁ ଭର୍ଚୁଆଲ ପେଟିଏମ ପେମାର୍ଟର ଦୋକାନୀ ତାଲିକା ସ୍କ୍ରିନରେ ଦେଖାଇବ, ଯେଉଁଥିରେ ନାମ, ସ୍ଥାନ, ଫୋନ ନମ୍ବର ଇତ୍ୟାଦି ଉଲ୍ଲେଖ ଥିବ।

ଏହି ଭର୍ଚୁଆଲ ଏଟିଏମକୁ ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଜମ୍ମୁ କଶ୍ମୀର ବ୍ୟାଙ୍କ ଏବଂ କରୁର ବ୍ୟାଙ୍କ ୟୁଜର୍ସ ବ୍ୟବହାର କରିପାରିବେ। ବର୍ତ୍ତମାନ ଚଣ୍ଡିଗଡ଼, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇର ମନୋନୀତ ସ୍ଥାନରେ ଭର୍ଚୁଆଲ ଏଟିଏମ ଉପଲବ୍ଧ ହେଉଛି। ଯାହା ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ଉପଲବ୍ଧ ହେବ। ଏକ ଭର୍ଚୁଆଲ ଏଟିଏମରୁ ସର୍ବନିମ୍ନ ୧୦୦ଟଙ୍କା ଏବଂ ସର୍ବାଧିକ ୨ହଜାର ଟଙ୍କା ଉଠାଇ ପାରିବେ। ମାସିକ ଏଥିରେ ଆପଣ ମୋଟ ୧୦ହଜାର ଟଙ୍କା ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri