ନୂଆଦିଲ୍ଲୀ,୧୭ ।୧୨: ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁବାର ଦିପାକ୍ଷିକ ବାତ୍ତା ଜାରି ରହିଛି । କରୋନା ଯୋଗୁ ଏହା ଭର୍ଚୁଆଲ ବୈଠକ ମାଧ୍ୟମରେ କରାଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ କଥା ହେଉଛନ୍ତି । କରୋନା ସମୟରେ ବାଂଲାଦେଶକୁ ଭାରତ ପ୍ରାଥମିକତା ଦେବ ବୋଲି ମୋଦି କଥା ଦେଇଛନ୍ତି । ଏହାସହ ଚିଲାହାଟି-ହଲଦିବାଡି ରେଲୱେ ଲିଙ୍କ୍ ଆରମ୍ଭ ମଧ୍ୟ କରାଯାଇଛି । ପୁଣି ଦୁଇ ଦେଶ ମଧ୍ୟରେ କିଛି ଏମ୍ଓୟୁ ସାଇନ୍ ବି କରାଯାଇଛି । ମୋଦି କହିଛନ୍ତି ଦୁଇ ଦେଶ ବେଶ କିଛି ଦିନ ହେବ ଭର୍ଚୁଆଲ ମାଧ୍ୟମରେ ପରସ୍ପର ସହ ଯୋଡି ହୋଇ ରହିଛନ୍ତି । ବିଜୟ ଦିବସ ପରେ ଆମର ସାକ୍ଷାତକାରର ମହତ୍ୱ ରହିଛି । କରୋନା ସମୟରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଭଲ ସହଯୋଗ ରହିଥିଲା ବୋଲି ମୋଦି କହିଛନ୍ତି । ଭାରତ ସବୁବେଳେ ବଙ୍ଗ ବନ୍ଧୁର ସମ୍ମାନ କରେ ।