Categories: ଜାତୀୟ

ୟୁପି ନିର୍ବାଚନ: ମୋଦି କରିବେ ଭର୍ଚୁଆଲ ପ୍ରଚାର, ନମୋ ଆପରେ ଭାଜପା କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର

ନୂଆଦିଲ୍ଲୀ,୧୮ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପ୍ରଦେଶର ବାରାଣସିରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥା ହେବେ । ନିର୍ବାଚନ କମିଶନଙ୍କଦ୍ୱାରା ଉତ୍ତରପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟକ୍ରମ ଘୋଷଣା କରିବା ପରେ ଦଳୀୟ କର୍ମୀଙ୍କ ସହ ମୋଦିଙ୍କର ଏହା ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ ହେବ ।
ଉତ୍ତର ପ୍ରଦେଶ ଭାଜପା ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି । ଏହାସହ ସାଧାରଣ ଜନତା ନମୋ ଆପ ମାଧ୍ୟମରେ ସେମାନଙ୍କର ବିଚାର ଶେୟାର କରିବାକୁ କୁହାଯାଇଛି । ମୋଦି କାଶୀରେ ଭାଜପା କର୍ମୀଙ୍କ ସହ କଥା ହେବେ । ଏହି ସମୟରେ ସେ ବୁଥ ଅଧ୍ୟକ୍ଷମାନଙ୍କ ସହ କଥା ହେବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଏଥର ସାଧାରଣ ରାଲି ଓ ନିର୍ବାଚନ ପ୍ରଚାରକୁ ବନ୍ଦ କରି ଦିଆଯାଇଛି । ତେବେ ସୋସିଆଲ ମିଡିଆ ମାଧ୍ୟମରେ ନେତାମାନେ ସେମାନଙ୍କର ପ୍ରଚାର କରିବା ସହ ଷ୍ଟାର ପ୍ରଚାରକମାନେ ଭିଡିଓ କନଫରେନ୍ସିଂ ଜରିଆରେ ନେତା ଓ କର୍ମୀଙ୍କୁ ବିଜୟର ମନ୍ତ୍ର ଦେବେ ।

Share