ବ୍ରହ୍ମପୁରରେ ଆରମ୍ଭ ହେଲା ଭର୍ଚୁଆଲ ହାଇକୋର୍ଟ

ବ୍ରହ୍ମପୁର ଅଫିସ,୪ା୨ବ୍ରହ୍ମପୁର ଜିଲା କୋର୍ଟ ପରିସରରେ ଶୁକ୍ରବାର ଆଭାସୀ ଉଚ୍ଚ ନ୍ୟାୟାଳୟ (ଭର୍ଚ୍ଚୁଆଲ ହାଇକୋର୍ଟ) ଖୋଲିଛି । ପ୍ରଧାନ ବିଚାରପତି ଡ. ଡି.ୱାଇ. ଚନ୍ଦ୍ରଚୁଡ଼ ଆଭାସୀ ମାଧ୍ୟମରେ ଏହି କୋର୍ଟକୁ ଉଦଘାଟନ କରିଛନ୍ତି। ଓଡିଶାର ୧୦ଟି ଜିଲାରେ ଉଚ୍ଚ ନ୍ୟାୟାଳୟର ଏଭଳି ଆଭାସି କୋର୍ଟକୁ ପ୍ରଧାନ ବିଚାରପତି ଉଦଘାଟନ କରିଛନ୍ତି। ବ୍ରହ୍ମପୁର କୋର୍ଟରେ ଉଚ୍ଚ ନ୍ୟାୟାଳୟର ଆଭାସୀ କୋର୍ଟ ଉଦଘାଟନ ସମୟରେ ଜିଲା ଓ ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା, ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର, ପବ୍ଲିକ ପ୍ରସିକ୍ୟୁଟର ତ୍ରିଲୋଚନ ପରିଡ଼ା, ଓକିଲ ସଂଘ ଉପସଭାପତି ପ୍ରକାଶ ଚନ୍ଦ୍ର ଦାଶ, କୋର୍ଟ ମ୍ୟାନେଜର, ଆଇନଜୀବୀ ରାମକୃଷ୍ଣ ମହାରଣା, ଟି.କେ. ରେଡ୍ଡି, ତୃପ୍ତିଲତା ବେହେରା, ହେମନ୍ତ ପଣ୍ଡା, ଭାସ୍କର ଚନ୍ଦ୍ର ଦାଶ, ସୁଧାଂଶୁ ପଣ୍ଡା, ଶିବ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share