Categories: ଜାତୀୟ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ ଦ୍ୱିତୀୟ ଶିଖର ବୈଠକ

ନୂଆଦିଲ୍ଲୀ,୨୧ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କ ସହ ଦିନ ୧୨ଟାରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ଭର୍ଚୁଆଲ ଶିଖର ବୈଠକରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମରିସନଙ୍କ ପକ୍ଷରୁ ମଧ୍ୟ ଏହି ବୈଠକ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ବୈଠକରେ ଦୁଇ ପ୍ରଧାନମନ୍ତ୍ରୀ ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ଓ ପରସ୍ପର ସହ ବ୍ୟବସାୟ ବା ପୁଞ୍ଜି ନିବେଶ ସମ୍ପର୍କରେ ଆଲୋଚନା କରିବେ ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାରସ୍ପରିକ ବୁଝାମଣା ଓ ବିଶ୍ୱାସ ଉପରେ ଆଧାରିତ । ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଦୁଇ ଦେଶର ସମାନ ଦୃଷ୍ଟିକୋଣ ରହିଛି । ଦୁଇ ଦେଶ ଚଳିତ ମାସ ଶେଷ ସୁଦ୍ଧା ପୁଞ୍ଜି ବିନିଯୋଗକୁ ନେଇ ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସୋମବାର ପ୍ରଧାନମନ୍ତ୍ରୀଙ୍କ ସହ ଡିଜିଟାଲ ଶିଖର ବୈଠକରେ ମରିସନ ୧,୫୦୦ କୋଟି ଟଙ୍କାର ନିବେଶ ପ୍ୟାକେଜ ଘୋଷଣା କରିପାରନ୍ତି ।

Share