ଜମି କିଣିଲେ ବିରୁଷ୍କା, ଦାମ୍‌ ଜାଣିଲେ…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ୮ ଏକର ଜମି କିଣିଛନ୍ତି। ଯାହାର ଦାମ୍‌ ରହିଛି ୧୯ କୋଟି ୨୪ ଲକ୍ଷ ୫୦ ହଜାର ଟଙ୍କା। ମୁମ୍ବାଇର ଆଲିବାଗରେ କୋହଲି ନିଜର ଗୋଟିଏ ଫାର୍ମ ହାଉସ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗଣେଶ ପୂଜାର ଦିନକ ପୂର୍ବରୁ ସେ ନିଜ ସ୍ତ୍ରୀ ଅନୁଷ୍କାଙ୍କ ସହ ମିଶି ଏହି ଜମି କିଣିଥିବା ଜଣାପଡିଛି।
ଏହାପୂର୍ବରୁ କୋହଲି କଣ୍ଠଶିଳ୍ପୀ କିଶୋର କୁମାରଙ୍କ ଜୁହୁ ସ୍ଥିତ ବଙ୍ଗଳାର ଏକ ଭଡ଼ା ନେଇଥିଲେ। ତେବେ ସେ ୫ ବର୍ଷ ପାଇଁ ଏହାକୁ ଲିଜ୍‌ରେ ନେଇ ରେଷ୍ଟୁରାଣ୍ଟ କରିବେ ବୋଲି କୁହାଯାଉଛି।