ନୂଆ ଘରକୁ ଶିଫ୍ଟ ହେବେ ବିରୁଷ୍କା: ମାସକୁ ଭଡା ଏତିକି ଟଙ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ନୂଆ ଘରକୁ ଶିଫ୍ଟ ହେବାକୁ ଯାଉଛନ୍ତି। ନିକଟରେ ଦୁହେଁ ଏକ ନୂତନ ଭଡା ଘର ନେଇଛନ୍ତି। ବିରୁଷ୍କା ଜୁହୁରେ ୧୬୫୦ ବର୍ଗଫୁଟ ଫ୍ଲାଟ ପାଇଁ ୭.୫୦ ଲକ୍ଷ ଟଙ୍କା ଜମା କରିଛନ୍ତି। ଏହି ଘରର ମାସିକ ଭଡା ୨.୭୬ ଲକ୍ଷ ଟଙ୍କା। ଦୁହେଁ ଯେଉଁ ଫ୍ଲାଟ ଭଡା ନେଇଛନ୍ତି, ତାହା ପୂର୍ବତନ କ୍ରିକେଟର ସମରଜିତ ସିଂ ଗାଇକ୍ୱାଡଙ୍କର ବୋଲି ଜଣାପଡିଛି।
ବିରାଟ ଏବଂ ଅନୁଷ୍କା କରୋନା ଅବଧି ସମୟରେ ଆଲିବାଗରେ ରହୁଥିଲେ। ଉଭୟ ଏହି ସ୍ଥାନକୁ ଏତେ ପସନ୍ଦ କରିଥିଲେ ଯେ ସେମାନେ ଏଠାରେ ଘର କିଣିବାକୁ ମନସ୍ଥ କରିଥିଲେ। ଏଥିପାଇଁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କଥା ହୋଇ ଘରର ସାଜସଜ୍ଜା ସ୍ଥିର କରିଥିଲେ। ଏହି ଚାରୋଟି ବିଏଚକେ ଫ୍ଲାଟର ମୂଲ୍ୟ ୧୦.୦୬ କୋଟି ଟଙ୍କା। ଏହି ଘରେ ୪ଟି ବେଡ୍‌ ରୁମ୍‌ ସହିତ ୨ଟି କାର ଗ୍ୟାରେଜ ଏବଂ ୪ଟି ବାଥରୁମ ଅଛି। ବ୍ୟକ୍ତିଗତ ପୁଲ ସହିତ ଷ୍ଟାଫ କ୍ୱାର୍ଟର୍ସ ଏବଂ ଅନେକ ଖୋଲା ସ୍ଥାନ ସେଠାରେ ଅଛି। ଏହି ଘର ୧୪ ରୁ ୧୮ ମାସ ମଧ୍ୟରେ ପ୍ରସ୍ତୁତ ହେବ।
ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମରେ ଏହି ଦମ୍ପତିଙ୍କର ଏକ ବଙ୍ଗଳା ଅଛି, ଯାହାର ମୂଲ୍ୟ ୮୦ କୋଟି ଟଙ୍କା। ଏହା ବ୍ୟତୀତ ବିରାଟ-ଅନୁଷ୍କାଙ୍କର ମୁମ୍ବାଇରେ ଏକ ଆପାର୍ଟମେଣ୍ଟ ଅଛି ଯାହାର ମୂଲ୍ୟ ପ୍ରାୟ ୩୪ କୋଟି ଟଙ୍କା। ମୁମ୍ବାଇର ଭର୍ସୋଭାରେ ଉଭୟଙ୍କ ୩ ବିଏଚକେ ଫ୍ଲାଟ ଅଛି, ଯାହାର ମୂଲ୍ୟ ୧୦ କୋଟି ଟଙ୍କା। କୋହଲି ମୁମ୍ବାଇ ଆସୀଲେ, ଏଠାରେ ରୁହନ୍ତି। କେବଳ ଫ୍ଲାଟ କିମ୍ବା ଆପାର୍ଟମେଣ୍ଟ ନୁହେଁ, ବିରାଟ କୋହଲିଙ୍କର ଅନେକ ସହରରେ ରେଷ୍ଟୁରାଣ୍ଟ ମଧ୍ୟ ଅଛି।