Categories: ଖେଳ

ପଡ଼ିଆରେ ବିରୁଷ୍କାଙ୍କ ଚୁମ୍ବନ ସିନ୍‌: ଭିଡ଼ିଓ ଭାଇରାଲ

ମୁମ୍ବାଇ,୧୫।୧୧: ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲରେ ବିରାଟ କୋହଲି ଜବରଦସ୍ତ ୫୦ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲିଙ୍କ ଶତକ ଦେଖି ଷ୍ଟାଡିୟମରେ ଉପସ୍ଥିତ ଥିବା ସ୍ତ୍ରୀ ଅନୁଷ୍କା ଶର୍ମା ଖୁସିରେ ଝୁମି ଉଠିଛନ୍ତି। ସେ ଷ୍ଟାଡିୟରୁ ବସି ବିରାଟଙ୍କୁ ଫ୍ଲାଇଙ୍ଗ୍‌ କିସ୍‌ ଦେଇଥିବାବେଳେ କୋହଲି ମଧ୍ୟ ପଡିଆରରୁ ତାଙ୍କୁ କିସ୍‌ ଦେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ୍‌ ସେମିଫାଇନାଲରେ କୋହଲି ୫୦ତମ ଶତକ ହାସଲ କରିଛନ୍ତି। ଏହି ସମୟରେ ସଚିନ ତେନ୍ଦୁଲକର ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଶତକ ଅର୍ଜନ ପରେ ପଡ଼ିଆରୁ ତାଙ୍କୁ ସଲାମ କରିଥିଲେ କୋହଲି। ଦିନିକିଆରେ ୫୦ତମ ଶତକ ହାସଲ କରିବାରେ କୋହଲି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି। ଏହି ମ୍ୟାଚ୍‌ରେ କୋହଲି ୧୧୩ ବଲ୍‌ରେ ୧୧୭ ରନ୍‌ରେ ଆଉଟ୍‌ ହୋଇଥିଲେ। ସେ ଆଉଟ୍‌ ହେବା ପରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଛିଡା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

 

Share