Categories: ଜାତୀୟ

୮ଘଣ୍ଟା ଧରି କାର୍ତ୍ତିଙ୍କୁ ଜେରା

ନୂଆଦିଲ୍ଲୀ,୨୬।୫: ୨୦୧୧ରେ ୨୬୩ ଚାଇନା ନାଗରିକଙ୍କୁ ଭିସା ପ୍ରଦାନ ସହ ଜଡିତ ଏକ ସ୍କାମରେ କଂଗ୍ରେସ ନେତା ତଥା ଏମ୍‌ପି କାର୍ତ୍ତି ଚିଦାମ୍ବରମ ଗୁରୁବାର ସିବିଆଇ ସମ୍ମୁଖରେ ହାଜର ହୋଇଛନ୍ତି। ଦିଲ୍ଲୀର ସିବିଆଇ ତାଙ୍କୁ ପ୍ରାୟ ଆଠ ଘଣ୍ଟା ଧରି ପଚରାଉଚରା କରିଥିଲା। ଏହାପରେ କାର୍ତ୍ତି ଚିଦାମ୍ବରମ ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ବାହାରେ କହିଛନ୍ତି ଯେ, ତାଙ୍କ ବିରୋଧରେ ଏହି ମିଛ ମାମଲା। କୌଣସି ଚାଇନା ନାଗରିକଙ୍କୁ ଭିସା ପାଇବାରେ କୌଣସି ସାହାଯ୍ୟ କରିନାହାଁନ୍ତି ବୋଲି ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଯେତେବେଳେ ଏହି ଦୁର୍ନୀତି ଘଟିଥିଲା ସେତେବେଳେ କାର୍ତ୍ତିଙ୍କ ପିତା ପି.ଚିଦାମ୍ବରମ ଗୃହମନ୍ତ୍ରୀ ଥିଲେ। ସୁପ୍ରିମକୋର୍ଟ ଏବଂ ସ୍ବତନ୍ତ୍ର ସିବିଆଇ କୋର୍ଟର ଅନୁମତି କ୍ରମେ ବ୍ରିଟେନ ଏବଂ ୟୁରୋପ ଗସ୍ତରେ ଯାଇଥିବା କାର୍ତ୍ତିଙ୍କୁ ଫେରିବାର ୧୬ଘଣ୍ଟା ମଧ୍ୟରେ ସିବିଆଇ ତଦନ୍ତରେ ସହଯୋଗ ପାଇଁ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ଏମ୍‌ପି କାର୍ତ୍ତି ବୁଧବାର ବିଦେଶ ଯାତ୍ରାରୁ ଫେରିଥିବା ବେଳେ ଗୁରୁବାର ସକାଳେ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ।

Share