ଭିସା ଷ୍ଟିଲ୍‌ କାରଖାନାକୁ ବନ୍ଦ ଚେତାବନୀ

ଯାଜପୁର,୧୨ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କଳିଙ୍ଗନଗର ଭିସା ଷ୍ଟିଲ କାରଖାନା ପରିସରରୁ ଅମ୍ଲଯୁକ୍ତ ପଦାର୍ଥ(ପିଏଚ୍‌) ସହ ଫେନୋଲିକ କମ୍ପାଉଣ୍ଡ ଏବଂ ସାଇନାଇଡ୍‌ ପାଣି ଗଣ୍ଡାନାଳରେ ମିଶି ପ୍ରଦୂଷିତ କରୁଛି। ନିୟମିତ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ପ୍ରତିନିଧି ଦଳ କାରଖାନା ପରିସରରୁ ବାହାରୁଥିବା ବର୍ଜ୍ୟଜଳ ନମୁନା ସଂଗ୍ରହ କରି ପରୀକ୍ଷା କରୁଛନ୍ତି। ଏଥିରେ ଉପରୋକ୍ତ ବିଷାକ୍ତ ପଦାର୍ଥ ବାହାରୁଥିବା ପ୍ରମାଣିତ ହେଉଥିଲେ ବି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ହେଉଛି। ତେଣୁ ତଦନ୍ତ ରିପୋର୍ଟ ଏକ ପ୍ରହସନ ବୋଲି ମତପ୍ରକାଶ ପାଇଛି। ତେବେ ୨୬ା୯ା୨୦୨୪ରେ ଏସ୍‌ପିସିବି ପକ୍ଷରୁ ପୁଣି ଥରେ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରି ଭିସା ଷ୍ଟିଲ କାରଖାନାରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୩ଟି କଲଭର୍ଟ ଦେଇ ବାହାରକୁ ଛଡ଼ାଯାଉଥିବା ବର୍ଜ୍ୟପାଣି ନମୁନାରେ ଧାର୍ଯ୍ୟ ସୀମାଠାରୁ ବହୁ ଗୁଣ ଅଧିକ ଫେନୋଲିକ କମ୍ପାଉଣ୍ଡ ଓ ସାଇନାଇଡ ଥିବା ଜଣାପଡ଼ିବା ପରେ ଏଥର କାହିଁକି କାରଖାନାକୁ ବନ୍ଦ କରା ନ ଯିବ ସେ ନେଇ ଭିସା ଷ୍ଟିଲ୍‌ର ନିର୍ଦ୍ଦେଶକଙ୍କୁ ଏସ୍‌ପିସିବିର ସଦସ୍ୟ ସଚିବ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ଭିସା ଷ୍ଟିଲ୍‌ କାରଖାନା ପରିସରରରୁ ନିର୍ଗତ ବର୍ଜ୍ୟଜଳ ପ୍ରଦୂଷଣକୁ ଭୋଗୁଥିବା ଯଖପୁରା, ବାଲୁଙ୍ଗାବନ୍ଦି, ରୁଙ୍ଗୁରୁଙ୍ଗା, ଅଁଳାପାଳ, ମଙ୍ଗଲପୁର, ଖରଡି, ତେଲିବାହାଲି ପ୍ରଭୃତି ଗ୍ରାମବାସୀଙ୍କ ଦୁଃଖ ବଢ଼ିଚାଲିଛି। ଜଳ ପ୍ରଦୂଷଣ ପ୍ରଭାବରେ ଗାଁର ପାଣି, ପବନ, ମୃତ୍ତିକା ସବୁ ବିଷ ପାଲଟିଛି। ୨୪ା୭ା୨୦୨୪ରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀମାନେ ଭିସା ଷ୍ଟିଲ କାରଖାନାର ନିରୀକ୍ଷଣ କରିଥିଲେ। ତଦନ୍ତ ରିପୋର୍ଟରେ ବାୟୁ ଓ ଜଳ ପ୍ରଦୂଷଣ ଆଇନ ଅନୁସାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଏସ୍‌ପିସିବିର ସଦସ୍ୟ ସଚିବ ୮ା୮ା୨୦୨୪ରେ ଭିସା ଷ୍ଟିଲ କାରଖାନା ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ନୋଟିସ ପାଇବାର ୧୫ ଦିନ ମଧ୍ୟରେ ଉପଯୁକ୍ତ ଏବଂ ସନ୍ତୋଷଜନକ ଉତ୍ତର ରଖି ନ ପାରିଲେ ଆଇନ ଅନୁସାରେ କାରଖାନାକୁ ବନ୍ଦ ନିର୍ଦ୍ଦେଶ ଦେବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପିସିବି ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହାପରେ ଭିସା ଷ୍ଟିଲ ପକ୍ଷରୁ ୪ା୯ା୨୦୨୪ରେ ଅନୁପାଳନ ରିପୋର୍ଟ ଏସ୍‌ପିସିବି ନିକଟରେ ଦାଖଲ କରାଯାଇଥିଲା। କିନ୍ତୁ ପୂର୍ବଭଳି ବାହାରକୁ ବିନା ବିଶୋଧନରେ ବର୍ଜ୍ୟଜଳ ଛଡ଼ାଯାଉଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ପୁଣି ଅଭିଯୋଗ ହୋଇଥିଲା। ତେଣୁ ୨୬ା୯ା୨୦୨୪ରେ ଏସ୍‌ପିସିବି ପକ୍ଷରୁ ପୁଣିଥରେ ନିରୀକ୍ଷଣ କରାଯାଇ ଜଳ ନମୁନା ସଂଗ୍ରହ ହୋଇଥିଲା। ଏସ୍‌ପିସିବିର ସେଣ୍ଟ୍ରାଲ ଲାବରେଟୋରିରେ ୨୭ା୯ା୨୦୨୪ରୁ ୪ା୧୦ା୨୦୨୪ ପର୍ଯ୍ୟନ୍ତ ସଂଗୃହୀତ ଜଳ ନମୁନା ପରୀକ୍ଷା ପରେ ସେଥିରେ ଉପରୋକ୍ତ ବିଷାକ୍ତ ପଦାର୍ଥ ମିଶିଥିବା ଜଣାପଡ଼ିଥିଲା।
ଭିସା ଷ୍ଟିଲ କାରଖାନାକୁ ୩୧ା୩ା୨୦୨୫ ପର୍ଯ୍ୟନ୍ତ ଆବଶ୍ୟକ ଗାଇଡ୍‌ଲାଇନ ପାଳନ କରିବା ସର୍ତ୍ତରେ ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି। କିନ୍ତୁ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଏହି କାରଖାନା ବାହାରକୁ ବର୍ଜ୍ୟପାଣି ଛାଡ଼ି ଚାଷଜମିକୁ କ୍ଷତିଗ୍ରସ୍ତ କରିବା ସହ ବାୟୁ ପ୍ରଦୂଷଣ ସୃଷ୍ଟି କରୁଛି। ଏହି କ୍ରମରେ ଉକ୍ତ କାରଣ ଦର୍ଶାଅ ନୋଟିସରେ ଦର୍ଶାଯାଇଛି ଯେ, ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ମିଳିଲେ କାରଖାନାକୁ ବନ୍ଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ଭଣ୍ଡାରରେ ରକ୍ତର ଅଭାବ: ଜନ୍ମ ଦିନରେ ମହାନତା ଦେଖାଇଲେ ସରପଞ୍ଚ ପ୍ରତିନିଧି

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଟ ସାମାଜିକକର୍ମୀ ଚିତ୍ରସେନ ଗୌଡ଼ଙ୍କ ୩୯ ତମ...

ଏଏଫ୍‌ସି ଏସିଆନ କପ୍‌ ୨୦୩୧ ଲାଗି ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଲୀ, ୧୧ା୪: ଭାରତ ୨୦୩୧ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଏହାର ବିଡ୍‌ ‘ ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ...

୮ ପଦକ ସହ ଦ୍ୱିତୀୟ ସ୍ଥାନରେ ଭାରତ

ବୁଏନ୍ସ ଏରିଜ, ୧୧ା୪: ରାଇଫଲ ପିସ୍ତଲ ଓ ଶଟ୍‌ଗନ୍‌ ଶୁଟରମାନଙ୍କ ଲାଗି ବର୍ଷର ପ୍ରଥମ ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍‌ଡ କପ୍‌ ଯୁବ ଟ୍ରାପ୍‌ ମିକ୍ସଡ ଟିମ୍‌ ଯୋଡ଼ି...

ଯୁବ ଲେଖକ ସମ୍ମିଳନୀରେ ମତପ୍ରକାଶ: ଯୁବପିଢିଙ୍କ ଲେଖନୀ ମୁନରେ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ): ଭଲ କାହାଣୀ, ଭଲ ନାଟକ ଏବଂ ଭଲ କବିତା ଦ୍ଵାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା...

ବଡ଼ ନିଯୁକ୍ତି ସୁଯୋଗ: ESICରେ ୫୫୮ ପଦବୀ ଲାଗି ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କିଭଳି କରିବେ ଆବେଦନ…

ନୂଆଦିଲ୍ଲୀ,୧୧।୪: ସରକାରୀ ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ସ୍ପେଶାଲିଷ୍ଟ ଗ୍ରେଡ-୨ର ମୋଟ ୫୫୮...

ଏହିଦିନ ଳାଗୁ ହେବ ୮ମ ବେତନ କମିଶନ! ଏହି କର୍ମଚାରୀଙ୍କ ୩ଗୁଣା ବଢିବ ଦରମା

ନୂଆଦିଲ୍ଲୀ,୧୧।୪:ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ପରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କେତେ ବୃଦ୍ଧି ପାଇବ ସେ ନେଇ ଅନେକ ଆଲୋଚନା ହେଉଛି। ଅନେକ...

ବଡ଼ ଖବର: ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ- ମଜବୁତ ହେବ ଏନ୍‌ଡିଏ

ଚେନ୍ନାଇ,୧୧।୪: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟ ସଭାପତି କେ. ଅନ୍ନାମଲାଇଙ୍କୁ ପଦରୁ ହଟାଯିବା...

Discount On Electricity Bill: ଲକ୍ଷେ ଟଙ୍କା ବିଜୁଳି ବିଲ୍‌ ହେଲେ ବି ମିଳିବ ରିହାତି, ଜାଣନ୍ତୁ କେଉଁମାନଙ୍କୁ ମିଳେ ଏହି ଲାଭ

ନୂଆଦିଲ୍ଲୀ,୧୧।୪: ନିକଟରେ, ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ, କଙ୍ଗନା ରଣାୱତ କହିଥିଲେ ଯେ ମନାଲିରେ ତାଙ୍କ ଘରର ବିଦ୍ୟୁତ ବିଲ ୧ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image