Posted inଜାତୀୟ

ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଲଂଘନ, ବର୍ଣ୍ଣବୈଷମ୍ୟ ଅଭିଯୋଗ

ନୂଆଦିଲ୍ଲୀ,୨୩ା୯: ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଳଂଘନ ଓ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆସିବା ପରେ ଏହି ଆମେରିକୀୟ ଷ୍ଟ୍ରିମିଂ ଜାଏଣ୍ଟର ବ୍ୟବସାୟିକ କାର୍ଯ୍ୟପ୍ରଣାଳୀକୁ ନେଇ ଭାରତ ତଦନ୍ତ ଚଳାଇଛି। ନେଟ୍‌ଫ୍ଲିକ୍ସର ଜଣେ ପୂର୍ବତନ କର୍ମଚାରୀଙ୍କ ନିକଟକୁ ଭାରତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ଏକ ଇ-ମେଲ୍‌ରୁ ଏହି ବିଷୟ ଜଣାପଡ଼ିଛି।
ସରକାରଙ୍କ ପକ୍ଷରୁ ମାମଲାର ତଦନ୍ତ ଚାଲିଥିବା ନେଇ ଗତ ଜୁଲାଇ ୨୦ରେ ପ୍ରେରିତ ଇ-ମେଲ୍‌ ଯାଞ୍ଚ କରି ରଏଟର୍ସ ଜାଣିବାକୁ ପାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ ନେଟ୍‌ଫ୍ଲିକ୍ସ ଇଣ୍ଡିଆର ପୂର୍ବତନ ବିଜ୍‌ନେସ୍‌ ଓ ଆଇନ ବ୍ୟାପାର ନିର୍ଦ୍ଦେଶିକା ନନ୍ଦିନୀ ମେହଟ୍ଟାଙ୍କ ନିକଟକୁ ପଠାଇଥିଲେ। ନନ୍ଦିନୀ ୨୦୨୦ରେ ଉକ୍ତ କମ୍ପାନୀ ଛାଡ଼ିଥିଲେ। ଏହା ଭାରତରେ ନେଟ୍‌ଫ୍ଲିକ୍ସର ଭିଜା ଓ ଟିକସ ନିୟମ ଉଲ୍ଲଂଘନ ସମ୍ପର୍କିତ ବୋଲି ମନ୍ତ୍ରଣାଳୟର ଫରେନର୍ସ ରିଜିଓନାଲ ରେଜିଷ୍ଟ୍ରେଶନ୍‌ ଅଫିସ୍‌ (ଏଫ୍‌ଆର୍‌ଆର୍‌ଓ) ଦୀପକ ଯାଦବ ନନ୍ଦିନୀଙ୍କ ନିକଟକୁ ପଠାଇଥିବା ମେଲ୍‌ରେ ଉଲ୍ଲେଖ କରିଥିଲେ। ଏଥିରେ ଦୀପକ ଆହୁରି ଉଲ୍ଲେଖ କରିଥିଲେ ଯେ, ସମ୍ପୃକ୍ତ କମ୍ପାନୀ ଭାରତରେ ବ୍ୟବସାୟ କରିବାବେଳେ ଭିଜା ଉଲ୍ଲଂଘନ, ଟିକସ ଠକେଇ ଓ ଅନ୍ୟ ଅସାଧୁ କାର୍ଯ୍ୟକଳାପ ସହ ବର୍ଣ୍ଣ ବୈଷମ୍ୟରେ ଲିପ୍ତ ରହିଥିଲା।
ଇ-ମେଲ୍‌ କରିଥିବା ଏକ ବିବୃତିରେ ଜଣାଇଛନ୍ତି ଯେ, ନେଟ୍‌ଫ୍ଲିକ୍ସ ବେଆଇନ ଭାବେ ତାଙ୍କୁ ହଟାଇଦେଇଥିବାରୁ ଏବଂ ବର୍ଣ୍ଣଭେଦୀ ତଥା ଲିଙ୍ଗଗତ ବୈଷମ୍ୟପୂର୍ଣ୍ଣ ଆଚରଣ କରିଥିବାରୁ ସେ ଆମେରିକାରେ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି। ଭାରତୀୟ ତଦନ୍ତକୁ ସେ ସ୍ବାଗତ କରିବା ସହ ତଦନ୍ତରୁ ମିଳିବାକୁ ଥିବା ତଥ୍ୟ ସାର୍ବଜନୀନ କରାଯିବା ନେଇ ଆଶାବାଦୀ ଥିବା କହିଛନ୍ତି। ପ୍ରକାଶ ଯେ, ଭାରତରେ ନେଟ୍‌ଫ୍ଲିକ୍ସର ପ୍ରାୟ ୧ କୋଟି ୟୁଜର୍ସ ରହିଛନ୍ତି। କିଛି ବର୍ଷ ହେଲା ଆମେରିକାର ଏହି କମ୍ପାନୀ ବଲିଉଡ୍‌ କଳାକାରଙ୍କ ପାଇଁ ଅନେକ ସ୍ଥାନୀୟ କଣ୍ଟେଣ୍ଟ ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ପିଲାମାନଙ୍କ ସହ ଜଡିତ ଅଶ୍ଳିଳ ସାମଗ୍ରୀ ନିଜ ପାଖରେ ରଖିବା ଦଣ୍ଡନୀୟ ଅପରାଧ

ନୂଆଦିଲ୍ଲୀ,୨୩।୯: ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଚାଇଲ୍ଡ ପୋର୍ନୋଗ୍ରାଫି ସହ ଜଡିତ ସାମଗ୍ରୀ ଡାଉନଲୋଡ କରିବା ଏବଂ ଏହାକୁ ନିଜ ପାଖରେ ରଖିବା ଏକ ଅପରାଧ।...

ଲଡୁ ପ୍ରସାଦ ମାମଲାକୁ ନେଇ ତିରୁପତି ମନ୍ଦିର ଟ୍ରଷ୍ଟ ଦେଲା ରିପୋର୍ଟ

ତିରୁପତି,୨୩।୯: ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ଭାବରେ ତିଆରି ହୋଇଥିବା ଲଡୁରେ ପଶୁ ଚର୍ବି ମିଶୁଥିବା ମାମଲାରେ ମୁଖ୍ୟ ସୂଚନା ସାମ୍ନାକୁ ଆସିଛି। ଘିଅରେ ଅପମିଶ୍ରଣ...

ଆଜି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ଆତିଶୀ

ନୂଆଦିଲ୍ଲୀ,୨୩।୯: ଦୁଇ ଦିନ ପୂର୍ବେ ବରିଷ୍ଠ ଆମ ଆଦମୀ ପାର୍ଟିର ନେତା ଆତିଶୀ କ୍ୟାବିନେଟ ସହିତ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।...

ସିସୋଡିଆଙ୍କ ବଡ ବୟାନ, କେଜରିଓ୍ବାଲଙ୍କ ସହ ମୋର ସମ୍ପର୍କ ରାମ ଲକ୍ଷଣ ପରି

ନୂଆଦିଲ୍ଲୀ,୨୩।୯: ବରିଷ୍ଠ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆ ରବିବାର ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ ଥିବା ସମ୍ପର୍କକୁ ପ୍ରଭୁ ରାମ...

କୋଲକାତାରେ ସେମିକଣ୍ଡକ୍ଟର ପ୍ଲାଣ୍ଟ କରିବ ଆମେରିକା

ନୂଆଦିଲ୍ଲୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଶନିବାର ରାତିରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନାରେ ଏମ୍‌କ୍ୟୁ-୯ବି ଡ୍ରୋନ୍‌, ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ...

ଚନ୍ଦ୍ରରେ ୧୬୦ କି.ମି. ଓସାର ଗର୍ତ୍ତ ଠାବକଲା ପ୍ରଜ୍ଞାନ ରୋଭର

ନୂଆଦିଲ୍ଲୀ,୨୩।୯ : ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍‌କେନ...

ଦଳିତଙ୍କୁ ନିର୍ଯାତନା: ୫ମରେ ଓଡ଼ିଶା

ନୂଆଦିଲ୍ଲୀ,୨୩।୯: ଦେଶରେ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ପ୍ରତି ବର୍ବରତା ବଢ଼ିବାରେ ଲାଗିଛି। ଉଭୟ ଏସ୍‌ସି ଏବଂ ଏସ୍‌ଟିଙ୍କୁ ନିର୍ଯାତନା ମାମଲାରେ...

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri