Categories: ବାଣିଜ୍ୟ

ଭିସାଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୪।୧୧: ରାଜ୍ୟର ପ୍ରମୁଖ ଘରୋଇ ଷ୍ଟାର୍ଟଅପ୍‌ ୟୁନିଟ୍‌ ତଥା ଭିସାଜ୍‌ ବିଉଟି ସାଲୁନ୍‌ ଆଣ୍ଡ ଏକାଡେମୀର ଏକ୍ସକ୍ଲୁସିଭ ଆଉଟଲେଟ (ନୂତନ ଶାଖା) ‘ଭିସାଜ୍‌ ବେଷ୍ଟ ଇନ୍‌ ବିଉଟି ୟୁନିସେକ୍ସ ସେଲୁନ୍‌’ ଶୁକ୍ରବାର ଜୟଦେବ ବିହାରସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜଣାଶୁଣା ସାମାଜିକ କର୍ମୀ ମୀରା ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭିସାଜ୍‌ ବିଉଟି ସାଲୁନ ଆଣ୍ଡ ଏକାଡେମୀର ପରିଚାଳନା ମୁଖ୍ୟ ପ୍ରିୟଦର୍ଶିନୀଙ୍କ ସମେତ ଜୟଦେବ ବିହାର ଶାଖା ମୁଖ୍ୟ ଏବଂ ସାଲୁନର ଅନ୍ୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖ୍ୟଯୋଗ୍ୟ, ଓଡ଼ିଶାରେ ଭିସାଜ୍‌ ବିଉଟି ସାଲୁନ୍‌ ଆଣ୍ଡ ଏକାଡେମୀର ମୋଟ ୧୪ଟି ବୃହତ୍‌ ସାଲୁନ୍‌ ରହିଥିବାବେଳେ ଭୁବନେଶ୍ୱରରେ ଏହା ସଂସ୍ଥାର ୭ ନଂ. ୟୁନିସେକ୍ସ ସାଲୁନ୍‌ ବୋଲି ଭିସାଜ ବିଉଟି ସାଲୁନ ଆଣ୍ଡ ଏକାଡେମୀର ପରିଚାଳନା ମୁଖ୍ୟ ପ୍ରିୟଦର୍ଶିନୀ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଅପରପକ୍ଷରେ ରୂପଚର୍ଯ୍ୟା ତଥା ସୌନ୍ଦଯର୍‌ୟ ବର୍ତ୍ତମାନ ସମୟରେ ଏକ ପ୍ରମୁଖ ଆବଶ୍ୟକତା ହୋଇଥିବାବେଳେ ପ୍ରତ୍ୟେକ ମଣିଷଙ୍କ ଜୀବନରେ ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଣତ ହୋଇଛି। ସେହିଭଳି ଭିସାଜ୍‌ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଛି। ସେହିପରି ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୀପାବଳି ପର୍ଯ୍ୟନ୍ତ ସାଲୁନରେ ଫ୍ଲାଟ୍‌ ୩୦% ରିହାତି ପ୍ରଦାନ କରାଯାଉଛି।

Share