ବିଶାଖାପାଟଣା-ରାୟଗଡ଼ା ଟ୍ରେନ ଲାଇନ୍‌ଚ୍ୟୁତ: ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରେନ୍‌, ୩ ମୃତ, ୧୦ ଆହତ

ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ରାୟଗଡ଼ା ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଂଟକାପଲ୍ଲୀଠାରେ ରବିବାର ଲାଇନ୍‌ଚ୍ୟୁତ ହୋଇଛି । ଫଳରେ ଟ୍ରେନର ୩ଟି ବଗି ପରସ୍ପରକୁ ଧକ୍କା ଦେଇ ଓଲଟି ପଡିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କାଂଟକାପଲ୍ଲୀଠାରେ ପାସେଞ୍ଜର ଟ୍ରେନଟି ଲାଇନ୍‌ଚ୍ୟୁତ ହୋଇଥିଲା।ଏହି ସମୟରେ ପଛରୁ ଆସୁଥିବା ବିଶାଖାପାଟଣା-ପଲାସା ଟ୍ରେନ ଲାଇନ ଚ୍ୟୁତ ହୋଇଥିବା ଟ୍ରେନ୍‌କୁ ଧକ୍କା ଦେଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ରାୟଗଡ଼ ଓ ବିଶାଖାପାଟଣା ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

Share