ଅଭିନେତା ବିଶାଲ ଆନନ୍ଦଙ୍କ ପରଲୋକ

ମୁମ୍ବାଇ,୫ା୧୦: ବଲିଉଡ୍‌ ଅଭିନେତା ବିଶାଲ ଆନନ୍ଦଙ୍କ ପରଲୋକ ହୋଇଛି। ବିଶାଲ ‘ଚଲ୍‌ତେ ଚଲ୍‌ତେ’, ‘ସାରେ ଗାମା’ ‘ଦିଲ୍‌ ସେ ମିଲେ ଦିଲ୍‌’ ଏବଂ ‘ଟ୍ୟାକ୍ସି ଡ୍ରାଇଭର’ ପରି କେତେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ହୃଦୟ ଜିତିଥିଲେ। ତେବେ ରବିବାର ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।
ବିଶାଲଙ୍କ ପ୍ରକୃତ ନାମ ହେଉଛି ଭୀଷ୍ମ କୋହଲି। ସେ ପ୍ରାୟ ୧୧ଟି ଫିଲ୍ମରେ ଅଭିନୟ କରିଛନ୍ତି। କେତେକ ଫିଲ୍ମରେ ସେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଭାବରେ ମଧ୍ୟ କାମ କରିଛନ୍ତି।

Share