ବିଜେଡିରୁ ଇସ୍ତଫା ଦେଲେ ବିଷ୍ଣୁ ଚରଣ ପରିଡ଼ା

ମଙ୍ଗୁଳି-ଜଗତପୁର/ଚୌଦ୍ୱାର,୪ା୯ (ମାନସ ସାମଲ/ଆଶୁତୋଷ ଦାସ):ଚୌଦ୍ୱାର-କଟକ ବିଧାୟକଙ୍କ ପୂର୍ବତନ ପ୍ରତିନିଧି ତଥା ଚୌଦ୍ୱାର ନଗର ବିଜେଡିର ପୂର୍ବତନ ସଭାପତି ବିଷ୍ଣୁ ଚରଣ ପରିଡ଼ା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ନିକଟକୁ ପଠାଇଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ଏ ସମ୍ପର୍କରେ ପରିଡ଼ା କହିଛନ୍ତି, ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା ତାଙ୍କୁ ଦଳରେ ସାମିଲ କରି ପ୍ରାଥମିକ ସଭ୍ୟ ଭାବେ ଗ୍ରହଣ କରିଥିଲେ। ୨୦୦୯ରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ତାଙ୍କୁ ଜିଲା ଯୁବ ବିଜେଡି ସଭାପତି ଦାୟିତ୍ୱ ଦେଇଥିଲେ। ଦଳୀୟ ସଙ୍ଗଠନ ସୁଚାରୁରୂପେ ପରିଚାଳନା କରିଥିବାରୁ ୨୦୧୩ରେ ତାଙ୍କୁ ଚୌଦ୍ୱାର ନଗର ବିଜେଡି ସଭାପତି ଦାୟିତ୍ୱ ଦିଆଯାଇଥିଲା। ଏଥିସହ ଚୌଦ୍ୱାର ପୌରପାଳିକାର ୧ନମ୍ବର ଓ୍ବାର୍ଡରେ କାଉନ୍‌ସିଲର ପଦବୀ ପାଇଁ ନିର୍ବାଚନ ଲଢ଼ି ସେ ବିଜୟୀ ହୋଇଥିଲେ। ଏହାପରେ ସେ ବିଧାୟକ ସୌଭିକ୍‌ ବିଶ୍ୱାଳଙ୍କ ପ୍ରତିନିଧି ହୋଇଥିଲେ। ହେଲେ ଦଳରେ ମତଭେଦ ଦେଖାଦେବା ସହ ପଦ ପଦବୀର କିଛି ମୂଲ୍ୟ ନ ଥିବା ଅନୁଭବ କରି ଗତ ଜାନୁୟାରୀ ୧୬ରେ ଚୌଦ୍ୱାର ନଗର ସଭାପତି ଓ ବିଧାୟକଙ୍କ ପ୍ରତିନିଧି ପଦରୁ ସେ ଇସ୍ତଫା ଦେଇଥିଲେ। ଖୁବ୍‌ଶୀଘ୍ର ସେ ଭାଜପାରେ ଯୋଗଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri