Categories: ଜାତୀୟ

ଡିସେମ୍ବର ୧୩ରେ ଶପଥ ନେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ରାୟପୁର,୧୧।୧୨: ଛତିଶଗଡର ଆଦିବାସୀ ନେତା ବିଷ୍ଣୁ ଦେଓ ସାଏ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଡିସେମ୍ବର ୧୩ ଅର୍ଥାତ୍‌ ବୁଧବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ ରାୟପୁରରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସୋମବାର ଭାଜପା ଏହି ଘୋଷଣା କରିଛି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଏହା ସହିତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା ମଧ୍ୟ ଯୋଗ ଦେବେ ବୋଲି ସୂଚନା ରହିଛି।

ବିଷ୍ଣୁଦେବ ସାଏ ଚାରିଥର ଏମ୍‌ପି ହୋଇଛନ୍ତି। ସେ ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଛତିଶଗଡ ୟୁନିଟର ସଭାପତି ଥିଲେ। ସାଏ ତାଙ୍କର ସାଂଗଠନିକ ଦକ୍ଷତା ପାଇଁ ଜଣାଶୁଣା । ସେ ହେଉଛନ୍ତି ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଜଣେ ଆଦିବାସୀ ବୋଲି ଦଳ ସର୍ବଦା ଅସ୍ବୀକାର କରିଛି।

Share