Categories: ଜାତୀୟ

ବିଷ୍ଣୁଦେଓ ସାଏ ହେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ରାୟପୁର,୧୦।୧୨: ଭାଜପା ରବିବାର ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି। ବିଷ୍ଣୁଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ବିଧାୟକ ଦଳ ବୈଠକରେ ତାଙ୍କ ନାଁ ଉପରେ ନିଷ୍ପତ୍ତି ନିଆଯାଇଛି।
ବିଷ୍ଣୁଦେଓ ସାଏ ଭାଜପାର ଜଣେ ଭେଟେରାନ ନେତା। ସେ ୧୬ତମ ଲୋକ ସଭାର ସଦସ୍ୟ ରହିଆସିଛନ୍ତି। ସେ ଭାରତ ସରକାରଙ୍କ ଇସ୍ପାତ ଏବଂ ଖଣି ମନ୍ତ୍ରୀ ମଧ୍ୟ ରହିଛନ୍ତି। ସେ ଅଗଷ୍ଟ ୨୦୨୨ ପୂର୍ବରୁ ଭାଜପାର ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। କିନ୍ତୁ ଆଗାମୀ ନିର୍ବାଚନକୁ ଦେଖି ଦଳ ବିଷ୍ଣୁଦେଓ ସାଏଙ୍କୁ ହଟାଇ ଏମ୍‌ପି ଅରୁଣ ସାଓଙ୍କୁ ରାଜ୍ୟ ସଭାପତି ଦାୟିତ୍ୱ ଦିଆଯାଇଛି।

Share