ଆମିର ଖାନ୍‌ଙ୍କୁ ଆସାମ ଗସ୍ତ ସ୍ଥଗିତ ରଖିବାକୁ କହିଲେ ବିଶ୍ୱଶର୍ମା

ଗୁଆହାଟୀ,୧୩ା୮: ଅଭିନେତା ଆମିର ଖାନ୍‌ଙ୍କ ଆସାମ ଗସ୍ତ ସ୍ଥଗିତ କରିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପରାମର୍ଶ ଦେଇଛନ୍ତି। ଆମିର ଆସନ୍ତା ୧୪ରେ ଗୁଆହାଟୀ ଯିବାକୁ ଯୋଜନା କରିଥିଲେ। କିନ୍ତୁ ରାଜ୍ୟବାସୀ ‘ହର୍‌ ଘର ତ୍ରିରଙ୍ଗା’ ପାଳନ କରୁଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତକୁ ସ୍ଥଗିତ କରିଥିବା କୁହାଯାଉଛି। ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯିବ। ଆମିର ଗୁଆହାଟୀ ଗଲେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଲାଲ୍‌ ସିଂ ଚଢ଼ା ଫିଲ୍ମ ଦେଖିବା ନେଇ ଯୋଜନା ହୋଇଥିଲା। ସଦ୍ୟ ରିଲିଜ ହୋଇଥିବା ଆମିରଙ୍କ ଅଭିନୀତ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ଟୁଇଟରରେ ‘ବଏକଟ୍‌ ଟ୍ରେଣ୍ଡ୍‌’ ଚାଲିଛି।

Share